STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅଧିକାର

ଅଧିକାର

1 min
408

ଯେଉଁଠି ଜୋର କରି ଅଧିକୃତ କରିବାକୁ ପଡ଼େ

ସେଠି ବିକୃତ ହୋଇଯାଏ ଅଧିକାର,

ଯେଉଁଠି ସ୍ୱତଃ ପ୍ରାପ୍ତି ହୁଏ ଏକ ନିଃସ୍ୱାର୍ଥ ସ୍ୱାକ୍ଷରରେ

ସେଠି ସ୍ୱୀକୃତ ହୋଇଯାଏ ଅଧିକାର। 


ମୋ ଅଧିକାରର ସଂଜ୍ଞାକୁ ପ୍ରତିଷ୍ଠିତ କରିବାକୁ ଯାଇ

ମୁଁ ଆଉ କା'ର ଅଧିକାରକୁ କରିବି କି ପଦାଘାତ !

ଅଧିକାରର ବି ଏକ ସୀମାରେଖା ଥାଏ

ଟପିଗଲା ପରେ ଯାହା ଥାଏ ତାହା ଏକ ଯୁଦ୍ଧ ବିତ୍ପାତ। 


ଯେଉଁଠି ସାମ୍ୟବାଦର ପରିଭାଷା କଳଙ୍କିତ

ସେଠି ଅଧିକାର ଏକ ଦିବାସ୍ୱପ୍ନ ସ୍ୱର୍ଗ ପାରିଜାତ,

ସବଳ ଦୁର୍ବଳଉଚ୍ଚ ନୀଚ ଏ ତ ସମାଜର ସ୍ୱତନ୍ତ୍ର ବୈଚିତ୍ର୍ୟ

ବଡ଼ ହେବା ଆଶାରେ ହିଁ ଚାଲେ ଯେତେ ସବୁ ନାଟ। 


ମାଟି ଯେବେ ଆକାଶର ନୀଳ ଦାବୀ କରେ

ନଦୀ କରେ ଆପତ୍ତି କାହିଁକି ନୁହେଁ ସେ ସାଗର ସକ୍ଷମ,

ଅପରର ସମକକ୍ଷର ନିଶା ଅଧିକାରର ନୁହେଁ ପ୍ରତିଶବ୍ଦ

ଆତ୍ମ ଦର୍ଶନର ସାଧନାରେ ଅଧିକାର ଏକ ଚିତ୍ତ ବିଭ୍ରମ। 


ଯେଉଁଠି ମାନବତାର ପ୍ରାଣ ପ୍ରତିଷ୍ଠା ହୁଏ

ସେଠି ଅଧିକାର ଏକ କ୍ଳୀବ ହୋଇ ରହିଯାଏ ମାତ୍ର,

ତ୍ୟାଗର ମନ୍ତ୍ରରେ ଯେଉଁ ମାଟି ହୁଏ ପୂତ

ସେଠି ଅଧିକାରର ପ୍ରଶ୍ନ ଲାଗେ ସତରେ ବିଚିତ୍ର। 


ନା ଅଧିକାର ଏକ ହାସଲ କରିବାର ନିଶା

ନା ଅଧିକାର ଏକ ଜାତି ଧର୍ମ ଓ ଲିଙ୍ଗର ବେଉସା,

ଅଧିକାର ନିଜକୁ ସାବ୍ୟସ୍ତ କରିବାର ଏକ ପେଶା

ଅପରକୁ ହସାଇ ନିଜେ ହସିବାର ଏକ ତ୍ରୁଟିହୀନ ଭାଷା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract