STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସେଇ ଆଲୋକର ଅପେକ୍ଷାରେ

ସେଇ ଆଲୋକର ଅପେକ୍ଷାରେ

1 min
394

ସେଇ ଆଲୋକର ଅପେକ୍ଷାରେ

ମୁଁ ଜିଇଁ ଚାଲିଛି ମେଞ୍ଚା ମେଞ୍ଚା ଅନ୍ଧାରର ଅବଶୋଷ,

ଜଳି ଚାଲିଛି ସଳିତାଟେ ହୋଇ

ଓ ଆଙ୍କି ଚାଲିଛି ଅନେକ ଦୀପଶିଖାର ସମର୍ପିତ ଇତିହାସ। 


ସେଇ ଆଲୋକର ଅପେକ୍ଷାରେ

ମୁଁ ନିର୍ବିବାଦରେ ମାଖି ହୁଏ କଳଙ୍କର କଳା ଦାଗ ମାନ,

ଏକ ସବୁଜ ସହରର ଅନୁସନ୍ଧାନରେ

ଧାଇଁ ଧାଇଁ ଟାଙ୍ଗରା ଜମିରେ ରୁଧିରାକ୍ତ ହୁଏ ଯୁଗଳ ଚରଣ। 


ସେଇ ଆଲୋକର ଅପେକ୍ଷାରେ

ବିତିଯାଏ କେତେ ରାତି କଡ଼ ଲେଉଟାଇ ଶେଯରେ ଶେଯରେ,

ଭାଙ୍ଗିଗଲେ ପାହାନ୍ତି ସପନ

ନବ ଆଶା ଅରୁଣିମା ଉଏଁ ଅଗଣିତ ହୃଦ ଆକାଶରେ। 


ସେଇ ଆଲୋକର ଅପେକ୍ଷାରେ

ମୁଁ ହସି ହସି ଡେଇଁଯାଏ ଲୁହର ସାଗର ବିନା ନଉକାରେ,

ଝଡ଼ ରାତି କେତେ ପାହିଯାଏ 

ଜୀବନ ବିତିଯାଏ ଉଜୁଡ଼ା ସଂସାରର କ୍ଷତି ହିସାବରେ। 


ସେଇ ଆଲୋକର ଅପେକ୍ଷାରେ

ମୁଁ ଆଜି ବି ବସିଛି ସର୍ପିଳ ଗୋହିରୀର ଏକ ଅଚିହ୍ନା ବାଙ୍କରେ,

ମୃଗତୃଷ୍ନାର ପ୍ରଲୋଭନରେ ପଡ଼ି

ପ୍ରତୀକ୍ଷାରତ ମୁଁ ପଙ୍କ ପୋଖରୀର ଶେଷ ପାହାଚରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract