STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଦର୍ପଣ

ଦର୍ପଣ

1 min
305

ମୋ କାନ୍ଦିବା ଦେଖି ସେ କେବେ ହସିନି

କି ମୋ ହସିବାରେ ସେ ଇର୍ଷାରେ ଜଳିନି

ବାସ୍ ମୋ ସାମ୍ନାରେ ଏକ 'ମୁଁ' ହୋଇ ଛିଡ଼ା ହୋଇଛି

ମୋତେ ନିଜକୁ ଚିହ୍ନେଇ ଦେବାକୁ। 


ମୋ ଭାବନାକୁ ମୋ ଠାରୁ କେବେ ଲୁଚେଇନି

ମୋ ଠାରୁ ନିଜକୁ ବି କେବେ ଦୁରେଇ ଦେଇନି

ବାସ୍ ମୋର ଏକ ପ୍ରତିରୂପ ହୋଇ ମୋ ସାମ୍ନାରେ ଛିଡ଼ା ହୋଇଛି

ମୋ ମୁଖ ଭଙ୍ଗୀ ସହିତ ତାଳ ଦେବାକୁ। 


ସେ ମୋତେ କେବେ ଭୁଲ ଭାବରେ ପଢିନି

କି ମୋ ସହ କେବେ ଛଳନା କରିନି

ବାସ୍ ମୋର ଆତ୍ମସ୍ୱରୂପ ହୋଇ ମୋ ସାମ୍ନାରେ ଛିଡ଼ା ହୋଇଛି

ମୋତେ ଆତ୍ମସମୀକ୍ଷାର ସୁଯୋଗ ଦେବାକୁ। 


ମୋ ଭାବନା ସହିତ କେବେ ସେ ଖେଳିନି

କି ମିଛ କହି ମୋଠାରୁ ମୋ ନିଜକୁ ଦୂରେଇ ଦେଇନି

ବାସ୍ ଏକ ବାସ୍ତବତା ହୋଇ ମୋ ସାମ୍ନାରେ ଛିଡ଼ା ହୋଇଛି

ମୋତେ 'ମୁଁ' ହୋଇ ବଞ୍ଚିବାର ସୁଯୋଗ ଦେବାକୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract