ବରଷାକୁ ଭାରି ଡର
ବରଷାକୁ ଭାରି ଡର
ବରଷାକୁ ଭାରିଡର ମୋ ପ୍ରିୟାର
ଏକାଏକା ରହି ପାରେନା
ବରଷା ଆସିଲେ ପ୍ରାଣ ସଜନୀ ମୋ
ଏକା ରହିବାକୁ ଚାହେଁନା ।
ଝରିଲେ ବରଷା ଝରଝର ତାନେ
ପ୍ରିୟା ମୋ ହୁଅଇ ଅଧିର
ଘଡ଼ଘଡି ରଡି ବିଜୁଳି ଚମକ
ହରିନିଏ ଚେତା ତାହାର ।
କି ଲାଗି ଡରେ ସେ ବରଷାକୁ ଏତେ
ପଚାରିଲେ କରେ ବାହାନା
ବରଷାକୁ ଭାରିଡର ମୋ ପ୍ରିୟାର
ଏକାଏକା ରହି ପାରେନା ।
ମୋ ଦେହରେ ଆସି ଆଉଜିଯାଏ ସେ
ବରଷା ଆସିବା ଶୁଣିଲେ
ଲତାଟିଏ ପରି ଭିଡି ଧରେ ମୋତେ
ଡରନା ବୋଲି ମୁଁ କହିଲେ ।
ବରଷାକୁ ଭାରିଡର ମୋ ପ୍ରିୟାର
ଏକାଏକା ରହି ପାରେନା
ବରଷା ଆମର ମିଳନର ଋତୁ
ଏ କଥା କେବେ ସେ କହେନା ।