STORYMIRROR

Rishab K.

Abstract Romance Tragedy

4  

Rishab K.

Abstract Romance Tragedy

ପ୍ରତୀକ୍ଷା

ପ୍ରତୀକ୍ଷା

1 min
307

ତୁମେ ଚାଲିଗଲା ପରେ ଆଉ ଶ୍ରାବଣ ଆସିନି

ଏଇ ମନ ରାଇଜେ,

ଏକା ଏକା ଲାଗେ ଆଜି ଏଇ ଅବୁଝା ମନ

ତୁମକୁ ହିଁ ଖୋଜେ।

ଶୁଭୁନାହିଁ ଆଉ ଜମା ରସାଳ କୁଞ୍ଜରୁ 

କୋଇଲିର ସ୍ୱର,

ବହୁ ନାହିଁ ଆଉ ଜମା ଦକ୍ଷିଣ ଦିଗରୁ

ମୃଦୁ ମଳୟ ସମୀର।

ତୁମେ ଚାଲିଗଲା ପରେ ପ୍ରସ୍ତୁତ ହେଉନି

ଉଦ୍ୟାନେ ଆଜି ପ୍ରସନ୍ନ,

କାନରେ ପଡୁନି ଭ୍ରମରର ମନ୍ତ୍ରମୁଗ୍ଧ 

ଆଉ ସେ ପ୍ରୀତି ଗୁଞ୍ଜନ।

ତୁମେ ଚାଲିଗଲା ପରେ ହୃଦୟ ଅଗଣା

ମୋର ଖାଲି ପଡ଼ି ଅଛି,

ପ୍ରତୀକ୍ଷାର ଦୀପ ପ୍ରଜ୍ବଳିତ କରି ତୁମ ବାଟ

ଖାଲି ମୁଁ ଚାହିଁ ବସିଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract