STORYMIRROR

Pratima Satpathy

Classics

4  

Pratima Satpathy

Classics

ଶଙ୍ଖା ସିନ୍ଦୂର

ଶଙ୍ଖା ସିନ୍ଦୂର

1 min
479


  ଶଙ୍ଖା ଓ ସିନ୍ଦୂର ସବୁଠାରୁ ଶ୍ରେଷ୍ଠ

      ଭୂଷଣ ଅଟେ ନାରୀର

ବାହାଘର ବେଳେ ଝିଅଟି ବେଦୀରେ

     ପିନ୍ଧଇ ଶଙ୍ଖା , ସିନ୍ଦୂର।

ଶଙ୍ଖା ଓ ସିନ୍ଦୂର ପିନ୍ଧିଲେ ଝିଅଟି

    ବଦଳେ ତା ପରିଚୟ

କନ୍ୟାରୁ ସିଏ ନବବଧୂ ହୋଇ

   ଛାଡ଼ିଯାଏ ପିତୃଳୟ।

ନୂଆ ଘର ତା'ର ହୁଅଇ ନିଜର 

    ବାପଘର ହୁଏ ପର

ପର ଲୋକ ମାନେ ହୁଅନ୍ତି ଆପଣା

   ପିନ୍ଧିଲେ, ଶଙ୍ଖା, ସିନ୍ଦୂର।

ନାରୀ ପାଖେ ଆଉ କିଛି ବି ନଥାଉ

    ଥିଲେ ତା' ଶଙ୍ଖା ସିନ୍ଦୂର

ଶତ ସିଂହ ବଳ ଥାଏ ତା'ର ଦେହେ

    କାହାକୁ ନଥାଏ ଡର।

ଅତି ମୂଲ୍ୟବାନ ଗହଣା ତାହାର

    ଜୀବନ ଠାରୁ ଅଧିକା

ସବୁବେଳେ ଡାକେ ଠାକୁରଙ୍କୁ କର 

     ମୋ ଶଙ୍ଖା ସିନ୍ଦୂର ରକ୍ଷା।

ନିଜ ଜୀବନକୁ ବଳି ଦେଇଦିଏ

    ତା ଶଙ୍ଖା , ସିନ୍ଦୂର ପାଇଁ

ସମୟ ଆସିଲେ ପର ହୋଇଯାନ୍ତି

   ନିଜର ଯେ ବାପା, ଭାଇ।

ସବୁ ନାରୀମାନେ ଚାହାଁନ୍ତି ସେ ଶଙ୍ଖା 

      ସିନ୍ଦୂର ମୁଣ୍ଡରେ ପିନ୍ଧି

ଅହ୍ୟସୁଲକ୍ଷଣୀ ହୋଇଣ ଯାଆନ୍ତା 

     ଜୀବନ ତାଙ୍କର ଛାଡି।

କାହାରି ସପନ ହୁଅଇ ପୂରଣ

    କାହାର ରହେ ଅଧୁରା

ନାରୀ ମାନଙ୍କର ଅଟଇ ଭୂଷଣ

    ଶଙ୍ଖା, ସିନ୍ଦୂର ଟି ପରା।

ଦୁଇ ପଟ ଶଙ୍ଖା, ଟୋପାଏ ସିନ୍ଦୂର

     ସବୁଠାରୁ ମୂଲ୍ୟବାନ

ସେତକ ନ ଥିଲେ ନାରୀଟିଏ ପାଇଁ

    ହୋଇଯାଏ ଶିରିହୀନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics