STORYMIRROR

ABADHOOT PANDA

Classics Others

4  

ABADHOOT PANDA

Classics Others

ଫଗୁଣର ଫୁତ୍କାର

ଫଗୁଣର ଫୁତ୍କାର

1 min
382


ହେ ଫଗୁଣ ତୁମେ ସତେ କେତେ ସୁନ୍ଦର

ଯୁବା ପ୍ରାଣେ ଭରିଦିଅ ଶୃଙ୍ଗାର ରସ ସୁର ll

ପ୍ରୌଢ଼ ପ୍ରାଣେ ଜାଳି ଆଶାର ସମ୍ଭାର ଗୀତି,

ଭରିଦିଅ ମନେ ତାଙ୍କ ବିଗତ ଯୌବନର

ଅଭୁଲା ସବୁଜ ସ୍ମୃତି ll

ଧୀର ମନ୍ଥର ଦକ୍ଷିଣା ପବନ ତୁମ ଚିର ସାଥୀ,

କୋକିଳ ଗାୟକ ତୁମ ଶାୟକ-ରଥ ସାରଥୀ ll

ଢାଳ ସଦା ତୁମେ ଉଦାସୀ ପ୍ରାଣେ ଆଶାର

ଆଲୋକର ଉତ୍ସ,

ନବ ଉଦ୍ଦୀପନା ଭରି ପ୍ରାଣେ ସାକାର କରଣେ

ଜୀବନ ପଣେ ସରସ ll

ପଞ୍ଚ ଶାୟକର ମାଧ୍ୟମ ତୁମେ ହେ ଫଗୁଣ

ଋତୁରାଜ ବସନ୍ତଙ୍କ ଜ୍ୟେଷ୍ଠ ସୁନୁ,

ମନ୍ମଥ ବହ୍ନି କରି ପ୍ରଜ୍ବଳିତ ଜୀବ ଜଗତେ

ବଂଶ ରକ୍ଷା ରୂପୀ ପବିତ୍ର ବନ୍ଧନୁ ll

ମନୋରମ ପାର୍ଥିବ ଦୃଶ୍ୟାବଳୀ କରି ସୃଜନ

ପ୍ରକୃତି ମାତାର କୋଳେ,

ଝୁଲାଇ ରଖ ଏକାମ୍ର କାନନେ ନବ ଦମ୍ପତିଙ୍କୁ ପ୍ରଣୟାବଦ୍ଧ ହୃଦ କମଳେ ll

ରୁହ ରୁହ ହେ ଫଗୁଣ ତୁମେ ମାନବ ଜାତିର

ଚିର ବନ୍ଧୁ ଧରିତ୍ରୀ ବକ୍ଷରେ,

କରନାହିଁ ଉଣା ତୁମ କରୁଣା କେବେ ହେଁ

କରୁ ଆମେ ଅଳି ନିରନ୍ତରେ ll

ପ୍ରକୃତି ରାଣୀର ତୁମେ ହିଁ କେବଳ ଯୁବକ

ସଖା ଋତୁମାନଙ୍କେ ସାର,

ତୁମ ବିନୁ ଏଇ ଶୋଭନୀୟ ଧରା ପାଲଟି

ଯିବ ମାତର ନିରସ ଟାଙ୍ଗର ll

ବରଷକେ ଥରେ କରି ପଦାର୍ପଣ ପୃଥିବୀ

ବକ୍ଷରେ ତୋଷ ଆମ ମନ,

ସାଙ୍ଗରେ ଆଣି କନିଷ୍ଠ ଭ୍ରାତା ଚୈତ୍ର ଯୁବ

ରାଜଙ୍କୁ ଶୁଷ୍କ ମରୁରେ ଫୁଟାଅ ନବଜୀବନ ll

ଜୁଇ,ଜାଇ,ମଲ୍ଲୀ,ଚମ୍ପା,ଗେଣ୍ଡୁର ମହକେ

ମହକାଇ ଦିଅ ହେ ସଦା ଜନପଦ,

ସୁଗନ୍ଧିତ ପୁଷ୍ପେ ସଜାଇ ଦିଅ ହେ କବରୀ

ସଦା ବରନାରୀଙ୍କ ଗଭାକୁ କରି ପ୍ରେମାସ୍ପଦ ll


      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics