STORYMIRROR

Pratima Satpathy

Classics

4  

Pratima Satpathy

Classics

ମୋ ମାତୃଭାଷା ମୋତେ ଶ୍ରେଷ୍ଠ

ମୋ ମାତୃଭାଷା ମୋତେ ଶ୍ରେଷ୍ଠ

1 min
309


ପୁଣ୍ୟଭୂମି ଏଇ ଓଡ଼ିଶାରେ ଜନ୍ମ

     ମୋ ମାତୃଭାଷା ଓଡ଼ିଆ 

ସବୁଠାରୁ ଶ୍ରେଷ୍ଠ ଅଟଇ ମୋ ପାଇଁ

    ଲାଗଇ ଭାରି ବଢିଆ

ମାତୃଠାରୁ ଯେଉଁ ଭାଷା ମୁଁ ଶିଖିଲି

    ତାହା ହେଲା ମାତୃଭାଷା

ସବୁଠାରୁ ଶ୍ରେଷ୍ଠ ଅଟେ ମୋର ପାଇଁ

   ମୋ ଜନ୍ମ ଭୂମି ଓଡିଶା

ଅମୃତ ମୟ ମୋ ମାତୃଭାଷା ଅଟେ

    ଶୁଣିଲେ କାନ ପବିତ୍ର

ଅନ୍ୟ ଭାଷା ଠାରୁ ମୋର ମାତୃଭାଷା

    ଭାବ ଧାରା ଯେ ସ୍ୱତନ୍ତ୍ର.

ମାତୃଭାଷା ମୋର ଚୀର ବନ୍ଦନୀୟ

   ତା ପାଇଁ ମୋ ମନେ ଗର୍ବ

ମୋ ଭାଷାକୁ ଯିଏ ହୀନ ମଣିବ ସେ 

    ଅଟଇ ନୀଚ ମାନବ.

ଓଡ଼ିଆ ଗୌରବ ସଂସ୍କୁତି, ସଂସ୍କାର

   ପୁରିଛି ମୋର ଭାଷାରେ

ବଡ଼ଙ୍କୁ ସମ୍ମାନ, କନିଷ୍ଠଙ୍କୁ ସ୍ନେହ

    ଅଛି ପୋଥି ପୁରାଣରେ.

ଅତିଥିଙ୍କୁ ଭଗବାନ ବୋଲି ପୂଜା

   କରନ୍ତି ମୋର ଦେଶରେ

ଋଷି, ମୁନି, ମାନେ ମୋହରି ଭାଷାକୁ

   ରଖିଛନ୍ତି ସଂହିତାରେ.

ମୋ ଭାଷାର ଗୀତା, ଭାଗବତ ମୋତେ

    ଶିଖାଇଛି ପୁଣ୍ୟ, ଧର୍ମ

ମହାପୁରୁଷଙ୍କ ଜୀବନୀ ପଢି ମୁଁ

   ପାଇଅଛି ଦିବ୍ୟଜ୍ଞାନ.

ଧଉଳି ଓ ଜଉଗଡ଼, ଶୀଳା ଲେଖ

    ଖାରବେଳ ହାତୀ ଗୁମ୍ଫା

ଶୀଳା ଲେଖ ଭାଷା ପାଲି, ଲିପି, ବ୍ରାହ୍ମୀ

    ରହିଅଛି ହୋଇ ଲେଖା.

ମୋ ଭାଷାର ଶିଳାଲିପି ରହିଅଛି

   ସବୁଠାରୁ ପୁରାତନ

ଓଡ଼ିଆ ଭାଷାର ଓଡିଶୀ ନୃତ୍ୟଟି

    ଦେଶ ବିଦେଶରେ ଗଣ୍ୟ.

ଭାଷା ସମ୍ରାଟ ଯେ ଫକୀର ମୋହନ

    କାବ୍ୟ କବିତାକୁ ଲେଖି

ଅମର କୃତିକୁ ରଖି ଯାଇଛନ୍ତି

   ଇତିହାସେ ନାମ ରଖି.

ଏଇ ଭାଷାରେ ଯେ ବୀର କିଶୋରଙ୍କ

    ଜ୍ୱାଳାମୁଖୀ କବିତାରେ

ଛାଡି ଚାଲିଗଲେ ଇଂରେଜ ଦେଶରୁ

   ଆମେ ହେଲେ ସ୍ୱାଧୀନରେ.

କୁନ୍ତଳା କୁମାରୀଙ୍କ କବିତା ପଢି 

    ହେଲେ ଜନତା ଜାଗ୍ରତ 

ଗୋପାଳଚନ୍ଦ୍ର,ନବ କୃଷ୍ଣ ଚୌଧୁରୀ 

    ଗୋପବନ୍ଧୁ, ମହତାବ 

ଏହିପରି ବହୁ ଭାଷା ଆନ୍ଦୋଳନ

    କରି ମୋର ଦେଶ ବାସୀ

ମୋ ମାତୃଭାଷାକୁ ଶ୍ରେଷ୍ଠ ତର କଲେ

    ଲେଖୁଛି ଆଜି ମୁଁ ବସି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics