ବିଶ୍ୱ କବିତା ଦିବସ ଉପଲକ୍ଷେ
ବିଶ୍ୱ କବିତା ଦିବସ ଉପଲକ୍ଷେ
ମାର୍ଚ୍ଚ ମାସ ଏକୋଇଶି ତାରିଖଟି
ବିଶ୍ୱ କବିତା ଦିବସ
ଆସ ମୋର କବି, ଭାଇ ଓ ଭଉଣୀ
ପାଳିବା ହୋଇ ହରଷ ।
ଆମରି ସୃଷ୍ଟିକି ଉଜ୍ଜୀବିତ କରି
ମନରେ ଲଭିବା ଶାନ୍ତି
ଦିନେ ନା ଦିନେ ତ ଚାଲିଯିବା ଆମେ
ରହିଥିବ ଆମ କୃତି ।
ଭାଷାର ବିକାଶ ପଥରେ ନିଜର
ମନ ପ୍ରାଣ ଢାଳିଦେବା
ସମାଜର ଉନ୍ନତିରେ ବ୍ରତୀ ହୋଇ
ଯଶ, କୀର୍ତ୍ତି ରଖିଯିବା ।
ପୂର୍ବରୁ ଆମର ଭାଷାପାଇଁ କେତେ
କବି ଓ ବିଦ୍ୱାନ ଥିଲେ
ତାଙ୍କରି ପାଇଁକି ଆମେମାନେ ଆଜି
ଲେଖା ପଢାକୁ ଶିଖିଲେ ।
ସେହିପରି ଆମ ଉତ୍ତର ଦାୟାଦ
ଆମକୁ ଅନୁସରଣ
କରିବେ ନିଶ୍ଚୟ ମନେ ଆଶା ରଖି
କରିବା ସୃଷ୍ଟି ମହାନ ।
କବି କଲମରେ ଯାଦୁ ରହିଅଛି
ଅସାଧ୍ୟ କରେ ସାଧନ
ଅସି ଠାରୁ ମସି ଅଟେ ମଜଭୂତ
ରହିଛି ବହୁ ପ୍ରମାଣ ।
ବୀର କିଶୋରଙ୍କ କବିତାର ବହ୍ନି
ଇଂରେଜକୁ ଦେଲା ତଡି
କୁନ୍ତଳା କୁମାରୀ ସାବତଙ୍କ ଲେଖା
ଜାଗ୍ରତର ତରବାରୀ ।
ଫକୀର ମୋହନ, ଗୋପାଳ ଚନ୍ଦ୍ର ଓ
ହରେ କୃଷ୍ଣ ମହତାବ
ଏହିପରି ବହୁ ବରେଣ୍ୟ ସାଧକ
କରିଥିଲେ ସ୍ୱାର୍ଥ ତ୍ୟାଗ ।
ତାଙ୍କପରି ତେଜୋଦୀପ୍ତ ନ ହେଲେ ବି
ଖଦ୍ୟୋତ ପରିକା ହୋଇ
କିଛି ଯଦି ନିଜ ଜ୍ଞାନ ଆଲୋକରେ
ଆଲୋକ ପାରିଲେ ଦେଇ ।
ଜୀବନ ଆମର ହୋଇଯିବ ଧନ୍ୟ
ସମାଜ କଲ୍ୟାଣ କରି
କବିତା ଦିବସେ ଆସନ୍ତୁ ସମସ୍ତେ
ରଚିବା ସୃଷ୍ଟି ଆମରି ।
