STORYMIRROR

Biswajita Baral

Classics Inspirational

4  

Biswajita Baral

Classics Inspirational

ରଙ୍ଗର ପରବ ହୋଲି

ରଙ୍ଗର ପରବ ହୋଲି

1 min
245

ବସନ୍ତ ଆଗତ ମୃଦୁ ମଳୟରେ

       ପ୍ରୀତିର ଫଗୁଣ ନେଇ,

 ନବ କିଶଳୟ କୁସୁମେ ଶୋଭିତ

       ରଙ୍ଗେ ବିଭୋରିତ ରାଇ।

       

ରଙ୍ଗର ମେଳଣ ଆଣିଛି ଫଗୁଣ

   ସବୁରି ମନ ହରଷେ,

ପ୍ରେମ ପ୍ରୀତି ଡୋରେ ବାନ୍ଧିଛି ପ୍ରାଣ

ନିମ୍ବ ବଉଳ ସୁବାସେ ।


କୋଇଲିର କୁ଼ହୁ କୁହୁ ମଧୁ ତାନ

ଭରିଦିଏ ଉନ୍ମାଦନ,

ସପ୍ତ ରଙ୍ଗେ ସୁସଜ୍ଜିତ ବିମାନ

ପୁଲକିତ ତନୁ ମନ ।

 

ନୂଆ ନୂଆ ଲାଗେ ସହର ବଜାର

     ରଙ୍ଗାରଙ୍ଗ ପରିବେଶ

ଫଗୁ ଅବିରରେ ରଙ୍ଗାୟିତ ହେବ

     ସଭିଙ୍କ ମନ ହରସ ।

     

ଇନ୍ଦ୍ରଧନୁ ଠାରୁ ସପ୍ତ ରଙ୍ଗ ଆଣି

     ଧରାକୁ ଆସିଛି ହୋଲି

ନାଲି ନୀଳ ସଙ୍ଗେ ସବୁଜ ନାରଙ୍ଗୀ

       ରଙ୍ଗର ପସରା ମେଲି ।

      

ସଭିଙ୍କ ମନରେ ଜାଗୁ ଭାତ୍ରୃଭାବ

       ନରହୁ ଛନ୍ଦ କପଟ

ସ୍ନେହ ମମତାର ରଜ୍ଜୁରେ ବାନ୍ଧିଣ

    ଗାଇବା ମୈତ୍ରୀ ର ଗୀତ ।

  

ସୁଖ, ଶାନ୍ତି, ଶ୍ରଦ୍ଧା, ପ୍ରୀତି, ସଂସ୍କୃତିର           

      ଭାବର ରଙ୍ଗକୁ ବୋଳି

ଭେଦଭାବ ଭୁଲି ଭାଇଚାରା ସାଥେ

    ଖେଳିବା ରଙ୍ଗ ରଙ୍ଗୋଲୀ ।

  

ମନକୁଞ୍ଜ ବନେ ଶ୍ରୀରାଧା ଶ୍ରୀ କୃଷ୍ଣ

ମମତାର ରଂଗ ମାରି

ଗୋପାଙ୍ଗନା ସାଥେ ଅବିର ଖେଳନ୍ତି

 ହୃଦୟ ଉଠଇ ପୂରି ।

 

ହସିଉଠୁ ଥାନ୍ତି ଯୁଗଳମୂରତି

ଖସି ପଡ଼ୁଥାଏ ଶ୍ରୀଅଙ୍ଗୁ ଫୁଲ

ଭାବରେ ଭକ୍ତିରେ ପ୍ରେମ ଉଲ୍ଲାସରେ

ହୋଲି ଆମପାଇଁ ଅମୂଲମୂଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics