STORYMIRROR

Biswajita Baral

Inspirational Others Children

4  

Biswajita Baral

Inspirational Others Children

ମାଆ

ମାଆ

1 min
390

ମାଆ ନାମ ଅଟେ ସିନା ସବୁଠୁ ମଧୁର

ବିନା ତା' ରେ ତୁଚ୍ଛ ଏଇ ମାୟାର ସଂସାର ।


ମାଆ ଅଟେ ମମତାର ଅମୃତ ଭଣ୍ଡାର

ବାତ୍ସଲ୍ୟ ପ୍ରେମର ସିଏ ଭରା ଗନ୍ତାଘର।। 


ମାଆ ଅଟେ ବତୀଘର ଅନ୍ଧାରି ମୁଲକେ

ସାଜେ ମହାଦ୍ରୁମ କେବେ ଜ୍ଞାନର ଆଲୋକେ।


ଶତ୍ରୁ ପାଖେ ସାଜେ ସିଏ ନାଗାସାକୀ ବୋମା

ସନ୍ତାନର ରକ୍ଷା କରେ ଲଙ୍ଘିଯାଏ ସୀମା।।


ମାଆ ପୁଣି କ୍ଷତାକ୍ତର ବିଶଲ୍ୟାକରଣୀ

ସାଜିପାରେ ସିଏ ସଦା ମୃତ ସଞ୍ଜିବନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational