STORYMIRROR

Biswajita Baral

Inspirational

3  

Biswajita Baral

Inspirational

ମୁଁ ନାରୀ

ମୁଁ ନାରୀ

1 min
13

ମୁଁ ନାରୀ ନୁହେଁ 

ଅଗ୍ନି ପିଣ୍ଡୁଳାଟିଏ।

ଜଳେ ମୁଁ ବାରମ୍ବାର

ଜାଳିପାରେ କ୍ଷଣିକେ 

ବିଶାଳ ବ୍ରହ୍ମାଣ୍ଡ।।


ମନେ ନାହିଁ କୁରୁକ୍ଷେତ୍ରରେ

ଯୁଦ୍ଧାଗ୍ନି ପୈରୁଷତ୍ୱର ଅହମିକା 

ସ୍ଵର୍ଗରୁ ପାତାଳ ଯାଏ ମାତାଲ୍

ସବୁ ଯୌବନର ଉଦ୍ଦାମତାରେ।।


ମୁଁ ନାରୀ

ସିଞ୍ଚିପାରେ ସ୍ନେହ ଢାଳି

ମମତାର ଅରଦଳୀ 

ଭୁମିରୁ ଭୂମାଯାଏ 

ସନ୍ତାନର ଆର୍ତ୍ତନାଦେ 

ଢାଳିଦିଅ ପ୍ରାଣ ସ୍ତନ ଢାଙ୍କି

ପୁଣି 

କାଟି ପାରେ ଅହମିକା ପୁରୁଷର

କଟାକ୍ଷ ଵିରୁପାକ୍ଷ।।


କେତେବେଳେ ମୁଦ୍ରାରେ

ମୁଦ୍ରାରାକ୍ଷସ 

ଆଉ କେତେବେଳେ

ଶାଣିତ ତରବାରୀ

ସୀମାରେ ସୀମାରେ।।


ଯେଉଁ ଓଠ ଦେଇପାରେ

ଚୁମ୍ବନ ଅର୍ଗଳୀ

ଢାଳି ପାରେ ବିଷାକ୍ତ ଜ୍ଵାଳାରେ

ବୋଳିଦିଏ କାଳିମା

ଦୁର୍ଗା ଆଉ କାଳୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational