STORYMIRROR

Biswajita Baral

Abstract Fantasy

4  

Biswajita Baral

Abstract Fantasy

ରହସ୍ୟ

ରହସ୍ୟ

1 min
314

ବଡ଼ ଅଜବ ଏ ସମ୍ପର୍କ ଆମର

କେତେ ରାଗ ରୁଷା ମାନ ଅଭିମାନ

କଥା କଟାକଟି ମୁହଁ ଫୁଲାଫୁଲି 

ଯିଏ ଯାହା କହିଲେ କହୁ

ଆମର କ'ଣ ଆସେ ଯାଏ ।


ତୋ' ମୋ' ଭିତରେ ତ ଏମିତି ଚାଲିଥିବ

ଏଇଟା କୋଉ ନୂଆ କଥା ଯେ,

ଇଏ ତ ନିତିଦିନିଆ ସମୟ ସାରଣୀ ପାଲଟି ଗଲାଣି ।


ଦେଖ୍ ତ !! 

ସମସ୍ତଙ୍କ ଠାରୁ 

ନିଆରା ଆଉ ସ୍ବତନ୍ତ୍ର

ଆମର ଏ ସଂପର୍କ ।।


କେବେ ପ୍ରେମିକା ସାଜି

ବକ୍ଷକୁ ଜାବୁଡ଼ି ଧରି

ପ୍ରୀତିର ରଙ୍ଗରେ

ରଙ୍ଗେଇ ଦେଉଛ ।।


ମାଆ ଭଳି ପୁଣି ଭଲପାଇ

ପେଟକୁ ଆଉଁସି

ନାନାଦି ବ୍ୟଞ୍ଜନରେ

ଭରପୁର ଆହାର ଦେଉଛ ।।


ଭଉଣୀ ପରି କେବେ

ସବୁ ରାଗରୁଷା ଭୁଲି

ବିପଦେ ଆପଦେ

ରକ୍ଷା କବଚ ସାଜିଛ ।।


ବନ୍ଧୁଟିଏ ହୋଇ

କେତେ ଭଲମନ୍ଦ

କହିବା ଆଗରୁ 

ସବୁ ସୁଖ ଦୁଃଖ ବୁଝି

ବୁଝେଇ ପାରିଛ ।।


କିଏ କେତେ କଥା କହେ

ତୁମ ନାଆ ରେ

କାଇଁ କେବେ ତ ମୁଁ

କିଛି ବ୍ୟତିକ୍ରମ ଦେଖୁନି ମୋ' ପ୍ରତି 

ତୁମ ଭଲପାଇବାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract