ଯାଦୁ
ଯାଦୁ
ଇଏ କି ସଂପର୍କ
ଯେଉଁଥିରେ ଭରି ରହିଅଛି
ଖାଲି କୋହ ଆଉ ଲୁହ
ନା ଅଛି ସ୍ଥିତି, ନା ଅଛି ଅସ୍ତିତ୍ବ ।
କେବେ ସେ ବସନ୍ତର ରାଗିଣୀ ଗାଇ
ଥୁଣ୍ଟା ଗଛରେ ଭରିଦିଏ ସବୁଜିମା
ତ ଆଉ କେବେ ଶ୍ରାବଣର ରିମିଝିମ୍ ଟୋପା ହୋଇ
ବରଷାରେ କରେ ଆନମନା ।
କେବେ ସେ ପୁଣି ବୈଶାଖର
ନିଦାଘରେ ମନେ ଭରେ ଉନ୍ମାଦନା
ତମ ଚପଳ ଛନ୍ଦରେ ଛନ୍ଦି ହୋଇ
ତନୁରେ ଭରିଦିଏ ଉଷ୍ମତା
ପୁଣି ତାର ଶୀତଳ ପରଶେ
ହୃଦୟରେ ଭରିଦିଏ ଆତ୍ମିୟତା ।
ଭଲ ହେଉ କି ଭୁଲ୍
କିନ୍ତୁ ଏ ବେନାମ ସମ୍ପର୍କରେ
ମତେ ବଞ୍ଚିବାକୁ ଦିଅ ଚିରକାଳ
ମୁଁ' ତୁମର ହୁଏ କି ନ ହୁଏ
ଏ ଜନମେ, କଳ୍ପନାରେ ଦାସୀଟିଏ ହୋଇ
ସେବୁଥିବି ତୁମ ପଦ ତଳ ।