STORYMIRROR

Biswajita Baral

Fantasy Others

4  

Biswajita Baral

Fantasy Others

ଆଲୋକ ବତୀ

ଆଲୋକ ବତୀ

1 min
259

ବରଷକେ ଥରେ ଆସେ ଦୀପାବଳି

ଶାନ୍ତି ପ୍ରୀତି ମୈତ୍ରୀ ପାଇଁ,

ଅଗଣାରେ ଦୀପ ଜାଳି ଜ୍ଞାନାଲୋକେ

ଶୁଭ୍ରତା ଦେବା ବିଛାଇ ।।

ପାପ ନାଶ ପାଇଁ କେବେ ସିଏ ଜଳେ

କେବେ ଜଳେ ପୁଣ୍ୟ ପାଇଁ

ମୁକ୍ତି ଆଶା ନେଇ ଜଳିଯାଏ କେବେ

ପ୍ରେମ ରୂପେ ଚାହିଁ ଚାହିଁ ।।

ଦୀପାବଳୀ ଆମ ସଂସ୍କୃତି ର ପର୍ବ

ସୁଖ,ଶାନ୍ତି, ସମୃଦ୍ଧିର,

ରଙ୍ଗ ବେରଙ୍ଗର ଆଲୋକ ମାଳାରେ

ଝଲମଲ ଘର ଦ୍ବାର ।।

ତ୍ରେତୟାରେ ସୀତା ରାମଙ୍କ ସହିତ

ଫେରିଥିଲେ ଅଯୋଧ୍ୟାକୁ,

ଆଲୋକେ ସ୍ବାଗତ କଲେ ରାଜ୍ୟବାସୀ

ସଜାଇଲେ ନଗରକୁ ।।

ସେଇ ସ୍ମୃତି ରଖି ପାଳୁ ଅଛୁ ଆମେ

ଦୀପ ଜାଳି ଗୃହ ଦ୍ୱାରେ,

ପୂର୍ବ ପୁରୁଷକୁ ଡାକିଥାଉ ଆମେ

ଦୀପ ଜାଳି ଭକତିରେ ।।

କୃଷ୍ଣ ପକ୍ଷେ ଆସିଥାନ୍ତି ପିତୃଗଣ

ଏହି ଆମ ଧରା ତଳେ,

ପୟୋଶ୍ରାଦ୍ଧ ସାରି ସରଗେ ଫେରନ୍ତି

ଆଲୋକ ବତୀର ଧାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy