Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajita Baral

Classics Inspirational Others

4  

Biswajita Baral

Classics Inspirational Others

ସ୍ବାଧୀନତା ତୁମେ କେଉଁଠି

ସ୍ବାଧୀନତା ତୁମେ କେଉଁଠି

1 min
346


ପୂରୁବ ଆକାଶେ ନବ ତପନ

ଉଇଁଲେଣି ଘେନି ନୂଆ ସପନ

ଚଉଦିଗେ ଦିଶେ ତରା

ଆଜି ସ୍ବାଧୀନ ଦିବସ ପରା ।


ଆକାଶରେ ଫରଫର ଉଡ଼ୁଅଛି

ତ୍ରିରଙ୍ଗା ଜାତୀୟ ଧ୍ବଜା

ସ୍ପିତବକ୍ଷ ନେତ ତଳେ ଆଜି ଆମେ

ଚାଖୁଛୁ ସ୍ବାଧୀନ ମଜା ।


ସତରେ କି ଆମେ ସ୍ବାଧୀନ ବୋଲାଉ

ମୁମୂର୍ଷୁ ଜୀବନ ଧରି

ଧର୍ଷଣ ଲୁଣ୍ଠନ ଆରତ ଚିତ୍କାରେ

ଗଗନ ଉଠିଛି ଭରି।


ଯୈାତୁକ ବିହୁନେ ହୁଅଇ ଦହନ

ନିରୀହା ସରଳା ଆଜି 

ଏ ଦେଶ ମାଟିର ସନ୍ତାନ ଆସ

ମନ୍ଦାକିନୀ ଧାର ସାଜି ।


ଅସ୍ତ ଗଲାଣି ସତ୍ଯର ରବି

ମାଟିରୁ ଆକାଶ ମିଥ୍ୟାର ଛବି

ଡାକେ ହାହାକାରେ କିଏ

ପଛରେ ଚାହିଁବା ସ୍ବାର୍ଥେ ବିଡ଼ମ୍ବନା

ବିବେକ ଆଘାତ ଦିଏ ।


ଜାତି , ଧର୍ମ ,ବର୍ଣ୍ଣ ନିର୍ବିଶେଷରେ

ସମ୍ବିଧାନରେ ସମାନ,

ଧନୀକୁ ମିଳଇ ଶିକ୍ଷା ଓ ଚାକିରି 

ଜାତି ନେଇ ସଂରକ୍ଷଣ ।


ଜାତିର ମାନ ଟା ମାଆକୁ ସମ୍ମାନ

ମୁଖେ ମୁଖେ ପ୍ରବଚନ 

ଧର୍ଷିତା କଙ୍କାଳ ପରେ ପାଦ ଥାପି

ଧୃଷ୍ଣୁ କରଇ ଗର୍ଜନ ।


ଜାଗ୍ରତ ହୁଅରେ ନବୀନ ତରୁଣ

ଦୁର୍ନୀତିକୁ କର ଶେଷ

ରାକ୍ଷସର ମୁଖୁ ଉଦ୍ଧାର କର

ସୁନାର ଭାରତ ବର୍ଷ 

ସୁନାର ଭାରତ ବର୍ଷ ।


Rate this content
Log in

Similar oriya poem from Classics