STORYMIRROR

Biswajita Baral

Inspirational Others Children

4  

Biswajita Baral

Inspirational Others Children

ମଳୟ ପରଶେ ବସନ୍ତ ଛିଟା

ମଳୟ ପରଶେ ବସନ୍ତ ଛିଟା

1 min
286

ବିଦାୟ ନେଇ ଯେ ଚାଲିଗଲା ଶୀତ  

  ଋତୁରାଜ ବିରାଜିତ, 

ମଳୟ ପରଶେ ବସନ୍ତର ଛିଟା 

   ଚତୁଃର୍ଦ୍ଦିଗ ବିକଶିତ ।।


ପହିଲି ବସନ୍ତ ଆଗମନ ହେଲା

   ବୃକ୍ଷରାଜି ପଲ୍ଳବିତ,

ଚୋରା ବସନ୍ତର ମଳୟ ପବନ

    ଗାଏ ମଧୁର ସଙ୍ଗୀତ ।।


ଆମ୍ବ ବଉଳର ମହମହ ବାସ

 ପୁଲକିତ ତନୁ ମନ,

ଆସିଛି ଫଗୁଣ ଫୁଲର ତୋରଣେ

  ବିକଶିତ ଉପବନ ।।

  

ହଳଦୀ ବସନ୍ତ ଡାଳେ ଡାଳେ ବୁଲେ 

   ଦେହେ ତା ସୁନା ଓଢ଼ଣୀ,

ମଧୁପ ଗୁଞ୍ଜନ କଳକଣ୍ଠ ତାନ 

  ତୋଣେ ପଞ୍ଚମ ରାଗିଣୀ ।।


ଫୁଲେଇ ବସନ୍ତ ଫୁଲେ ଫୁଲେ ଆସି 

     ମରତକୁ ଦେଲା ଛୁଇଁ ,

ମଳୟର ଛିଟା ପାଗଳ କରାଏ

    ଦେହ ମନ ଶିହରଇ ।।


ଭରା ଯଉବନ ପ୍ରକୃତି ରାଣୀର 

  ବସନ୍ତର ଆଗମନେ,

ହସେ ଖିଲିଖିଲି ନାଲି କୃଷ୍ଣଚୁଡ଼ା

  ଅଳି ମକ୍ଷିକା ଚୁମ୍ବନେ ।।


ଋତୁ ମଧ୍ୟେ ସାର ଅଟେ ଯେ ବସନ୍ତ

   ଆଣେ ଫୁଲର ସମ୍ଭାର,

ଅଶୋକା,ମାଧବୀ,ପଳାଶ,ମାଳତୀ 

    ଦିଶେ କେଡ଼େ ମନୋହର ।।


ଫୁଲେଇ ଫଗୁଣ ଫୁଲ ସବାରୀରେ 

ଖୋଲେ ପସରା ରଙ୍ଗର,

ଦୋଳ ବିମାନରେ ଫଗୁ ରଙ୍ଗେ ଉଭା 

ରାଇ ସାଥେ ଦାମୋଦର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational