STORYMIRROR

Arjuni charan Behera

Inspirational

3  

Arjuni charan Behera

Inspirational

କୌତୁକପ୍ରିୟ ହନୁମାନ

କୌତୁକପ୍ରିୟ ହନୁମାନ

1 min
159

ପ୍ରଭୁ ରଘୁନାଥ ଫେରି ଆସିଛନ୍ତି 

   ରାବଣ ନିଧନ ସାରି l

ଉତ୍ସବମୁଖର ଅଯୋଧ୍ୟା ନବର 

  ବାଜେ ମଙ୍ଗଳ ମହୁରୀ ll


ରାମ ଅଭିଷେକ ରୁଣ୍ଡ ହୋଇଛନ୍ତି 

   ଆସି ସବୁ ତୀର୍ଥାବଳୀ l

ଭଲ୍ଲୁକ ବାନର ଆନନ୍ଦେ ନାଚନ୍ତି 

   ହସ୍ତେ ମାରି କରତାଳି ll


ଭୁରି ଭୋଜନର ବ୍ୟବସ୍ଥା ହୋଇଛି 

  ପ୍ରଜା ହେବେ ଆପ୍ୟାୟିତ l

ବନ୍ୟ ଫଳମୂଳେ ଆପ୍ୟାୟିତ ହେବେ 

    ଭଲ୍ଲୁକ ବାନର ଯୂଥ ll


ବାନରମାନଙ୍କ ପଂକ୍ତି ବସିଗଲା 

    ବସିଥିଲେ ହନୁମାନ l

ସୁଗ୍ରୀବ ଯତନେ ରମ୍ଭା ପତରରେ 

    କରନ୍ତି ପରିବେଷଣ ll


ପଣସ ପିଜୁଳି ଟଭା ଜାମୁକୋଳି 

   ସଙ୍ଗେ ପୁଣି ବରକୋଳି l

ଛଡ଼ାଇ ଛଡ଼ାଇ ବାନରେ ଖାଆନ୍ତି 

   ନଡ଼ିଆ ଆମ୍ବ କଦଳୀ ll


ଛୋଟୁ ବଡ଼ ହୋଇ ପ୍ରଫୁଲ୍ଲ ବାନରେ 

   କ୍ରମାନ୍ୱୟେ ଥିଲେ ବସି l

ଶେଷେ ବସିଥିଲେ ବୀର ହନୁମାନ 

  ମନେ ହୋଇ ବଡ଼ ଖୁସି ll


ପ୍ରଥମ ହନୁଟି କୋଳି ଖାଉ ଖାଉ 

   ଗଲା ହାତୁ ଏକ ଖସି l

କୁଦା ମାରିଦେଲା ଭାବି ଟିକି ହନୁ 

  କୋଳି କି ଡ଼େଇଁବ ବେଶି ll


ପରକୁ ପରକୁ ସବୁ ହନୁ ହେଲେ 

  ଡିଆଁ ଡେଇଁ ଦେଖା ଦେଖି l

ଶେଷେ ହନୁମାନ ବସି ହସୁଥିଲେ 

   ହନୁଙ୍କୁ ଦେଖି ମୁରୁକି ll


ଭାବୁଥାନ୍ତି ବସି ଏ ମାଙ୍କଡ଼ ଦଳ 

   ନାହିଁ ୟାଙ୍କ କାଣ୍ଡ ଜ୍ଞାନ l

ସାଗର ଲଙ୍ଘନ କରି ଗଲି ମୁହିଁ 

   ଲଙ୍କା ମାରୁତି ନନ୍ଦନ ll


ଭାବନ୍ତି ବାନରେ ମୁହିଁ ଥାଉଁ ଥାଉଁ 

 ଡେଇଁବେ ମୋଠାରୁ ବେଶି l

ଏମନ୍ତ ବିଚାର କରି ହନୁବୀର 

  ଗଦା ଧରିଲେ ଆକର୍ଷି ll


ଲମ୍ଫଟିଏ ମାରି ଆକାଶ ଛୁଇଁଲେ 

   ଅଞ୍ଜନୀ ବାୟୁ ନନ୍ଦନ l

ପାଶେ ଥାଇ ଏହି ଦୃଶ୍ୟ ଅବଲୋକି 

  ହସିଦେଲେ ଜାମ୍ବବାନ ll


ବୋଲନ୍ତି ଜାମ୍ବବ ବାଇ କି ହୋଇଲ 

   ଆହେ ହନୁ ମହାବୀର l

ହନୁମାନ ଚାହିଁ କହନ୍ତି ହେ ମୁହିଁ 

   କୌତୁକପ୍ରୀୟ ବାନର ll


ପ୍ରଭୁଙ୍କ ସେବକ ଆମ୍ଭେ ଏକ ଏକ 

   ପ୍ରଭୁ ସେବା ଆମ୍ଭ ମର୍ମ l

ବୃକ୍ଷୁ ବୃକ୍ଷୁ ବୁଲି ଫଳ ମୂଳ ଖାଇ 

  ଡାଳ ଡିଆଁ ଆମ ଧର୍ମ ll


ଜୟ ହନୁମାନ ଭକ୍ତ ଅଗ୍ରଗଣ୍ୟ 

   ଜୟ ତୁମ୍ଭ ତାତ ମାତ l

କୋଟି ପ୍ରଣିପାତ ଉପାଡ଼ି ଧରିଲ 

   ଗନ୍ଧମାର୍ଦ୍ଧନ ପର୍ବତ ll



Rate this content
Log in

Similar oriya poem from Inspirational