STORYMIRROR

Bijoy Jena

Inspirational

3  

Bijoy Jena

Inspirational

କା ଆଗେ କହିବି

କା ଆଗେ କହିବି

1 min
123


କା ଆଗେ କହିବି ମରମ ବେଦନା

   କା ଆଗେ ଫେଡିବି ଦୁଃଖ

ପାର୍ଥିବ ଜଗତେ କେ ନୁହେଁ କାହାର

   ମହାବାହୁ ତୁମେ ରଖ।


ତୁମେ ତ ଦେଇଛ ସକଳ ବନ୍ଧନ

   ମାୟାର ଅଞ୍ଜନ ଲେପି

ଜନମ ମରଣ ଚକ୍ରେ ଘୁରାଉଛ

    କାମନା ବାସନା ଛାପି।


ନିତି ମୁଁ ଡାକୁଛି ତୁମକୁ ସ୍ମରୁଛି 

    କର୍ମମୟ ଜୀବନରେ

ଦେହର କଷଣ ଦେହ ହିଁ ଭୋଗୁଛି

    କେତେ ଦିନ କି ମାତ୍ରାରେ।


ତାହା ତୁମେ ଜାଣ ଚଲା ପଥେ ଖାଲି

    ଏଇ ଅନୁଭବ ଆସେ

ଯେଉଁଠି ପାରେନି ସେଇଠି ପ୍ରଭୁ ହେ

     ତୁମରି ଶରଣ ପଶେ।


କୃତକର୍ମ ଫଳ ଟେକି ମୁଁ ଦେଉଛି

    ଚକ୍ର ଉହାଡରେ ରଖ

ତୁମେ ଜଗନ୍ନାଥ ତୁମେ ମହାବାହୁ

     ଭକ୍ତ ଭକ୍ତିକୁ ପରଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational