ପ୍ରଭୁ ନୃସିଂହ
ପ୍ରଭୁ ନୃସିଂହ
ସତ୍ୟ ଯୁଗେ ତୁମେ ନେଲ ଅବତାର
ଭକତ ବତ୍ସଳ ପ୍ରଭୁ କରୁଣା ସାଗର
ହେ ଦେବ ହେ ଦେବ
ତୁମେ ହିଁ ଦୀନ ବାନ୍ଧବ ।
ଭକ୍ତ ପ୍ରହଲ୍ଲାଦ କୁ କଷଣ ପଡିଲା
ତୁମେ ଥିବାରୁ ପ୍ରଭୁ କିଛି ନ ବାଧିଲା
ତୁମେ ହିଁ ଏକା ଭକ୍ତ ର ଭରସା
ତୁମେ ତାର ସାହା ତୁମେ ହିଁ ଆଶା ।
ତୁମେ ଭକ୍ତ ପ୍ରାଣ ତୁମେ ସେ ଦେଖିବ
ହେ ଦେବ ହେ ଦେବ
ତୁମେ ହିଁ ଦୀନ ବାନ୍ଧବ ।
ଭକ୍ତ ର ଭକ୍ତି ରେ ହେଇଲ ପ୍ରସନ୍ନ
ସମ୍ବରୁ ବାହାରି ଦେଲ ଦରସନ
ଭକତ ତୁମକୁ ଭଲ ପାଏ ଏତେ
ତୁମ ବିନା ଚାହେଁନା କିଛି ଜଗତେ ।
ତୁମେ ଭକ୍ତ ରକ୍ଷକ ତୁମେ ନାମେ ତରିବ
ହେ ଦେବ ହେ ଦେବ
ତୁମେ ହିଁ ଦୀନ ବାନ୍ଧବ ।