ଓଡିଶାରେ ଦଣ୍ଡନୃତ୍ୟ
ଓଡିଶାରେ ଦଣ୍ଡନୃତ୍ୟ
ଆମରି ଓଡିଶା ସବୁଠୁ ବଢିଆ
ଆମ ପାଇଁ ଆମେ ଧନ୍ୟ
ସମାଜ ଭିତରେ ଏକ ଡୋରେ ବନ୍ଧା
ଦେଉଅଛୁ ଆମେ ମାନ୍ୟ ।
ଓଡିଶା ମାଟିରେ ଜନମି ଆମେରେ
ଭାଇ ଚାଚା ଅଛି ଆମ
ଭେଦଭାବ ନାହିଁ ଆମରି ଭିତରେ
ରଖିଛୁଁ ଆମରି ନାମ ।
ସାରା ଓଡିଶାର ଭିନ୍ନ ଭିନ୍ନ ସ୍ଥାନେ
ଉଡାଉ ଖୁସିର ଧ୍ୱଜା
ବାର ମାସେ ତେର ପରବ ମନେଇ
ଖୁସିରେ ମନାଉ ମଜା ।
ତେତିଶ କୋଟି ଦେବା ଦେବି ନାମେ
କରିଥାଉ ଆମେ ପୂଜା
ଶ୍ରଦ୍ଧା ଭକ୍ତି ସହ ପ୍ରାର୍ଥନା କରିକି
କରିଥାଉ ଆମେ ମଜା ।
କ୍ରମ ଅନୁଯାୟୀ ବାର ମାସ ଯାକ
ପଡେ ଦେବା ଦେବୀ ପୂଜା
ଆନନ୍ଦ ମୋଉଜେ ସମସ୍ତେ ମିଶିକି
କରିଥାନ୍ତି ସାଜ ସଜ୍ଜା ।
ପରବ ପର୍ବାଣି କେତେ ଆଡମ୍ବରେ
ଧୁମ ଧାମ ସହକାରେ
ମନ ମଉଜରେ ସମସ୍ତେ ରୁହନ୍ତି
ନିଜ ନିଜ ପରିବାରେ ।
ବୈଶାଖ ମାସର ପଣା ସଂକ୍ରାନ୍ତିରେ
ହୁଅଇ ଝାମୁ ଯାତରା
ଡଣ୍ଡନୃତ୍ୟକାରୀ ସଭିଙ୍କ ମଙ୍ଗଳେ
ହୁଅନ୍ତି ପରା ସାହାରା ।
ନିଷ୍ଠା ସହକାରେ ଉପବାସ ରହି
ମଧ୍ୟାହ୍ନେ ହୁଅଇ ପୂଜା
ଜଳନ୍ତା ନିଆରେ ଚାଲି ଯାଇଥାନ୍ତି
କରି ତାକୁ ସାଜସଜ୍ଜା ।
ଦଣ୍ଡନୃତ୍ୟ କରି ଦେବୀଙ୍କୁ ବୋହିଣ
ଆରାମରେ ହୁଏ ପାରି
ଦେଖଣାହାରୀ ଆଚମ୍ବିତ ହୋଇ
ଡାକିଥାନ୍ତି ହରି ହରି ।
ସଭିଙ୍କ ମଙ୍ଗଳ କାମନା ପାଇଁ କି
ସବୁଠାରେ ହୁଏ ପୂଜା
ଭିନ୍ନ ଭିନ୍ନ ଭାବେ ମନାଇ ଥାଆନ୍ତି
ଉଡାଇ ବିଜୟ ଧ୍ୱଜା ।
ସାରା ଓଡିଆଙ୍କ ଖୁସି ଦଣ୍ଡନୃତ୍ୟ
ଅନେକରେ ଏକ ହୁଏ
ସୁଖଶାନ୍ତିରେ ରୁହନ୍ତି ସଭିଏଁ
ମାଆଙ୍କ କୃପା ମିଳେ ।
ଗାଆଁରୁ ସହର ସବୁଠାରେ ହୁଏ
ଏହା ହିଁ ପ୍ରକୃତ ସତ୍ୟ
ମାନବ ସମାଜ ମଙ୍ଗଳ ପାଇଁ କି
କରାଯାଏ ଦଣ୍ଡନୃତ୍ୟ ।
