ଭାରି ବିଚିତ୍ର
ଭାରି ବିଚିତ୍ର


ଭାରି ବିଚିତ୍ର ଦୁନିଆ କାହାକୁ ଭରସା ନାହିଁ
ଗଛରେ ଚଢ଼ାଇ ଚେର କାଟୁଥିବେ ରହି l
ସବୁ ଝଲସୁଥିବା ଜିନିଷ ସୁନା ନୁହେଁ
ବଚନ ମଧୁର ହଳାହଳ ବିଷ ହୃଦୟେ ବହେ l
ଯାହାକୁ ମଣିବୁ ଅତି ଆପଣାର ବନ୍ଧୁ ତୁହି
ତୋହରି ପଛରେ ମାରୁଥିବେ ଛୁରା ସେହି l
ଉଡିବା ଯିଏ ଶିଖାଇଲେ ସାଜେ ଶତ୍ରୁ ତୋହରି
କାଟି ଦିଏ ଡେଣା କାଳ ବିଳମ୍ବ ନକରି l
ବିଚିତ୍ର ବୁଦ୍ଧି ଏ ମଣିଷ ଭିତରେ ଭରିଛି
ଯେଉଁ ସିଡ଼ି ଚଢି ଉପରକୁ ଗଲା ଭୁଲିଛି l
କହିବା କଥା ଯେ କଥାରେ ହିଁ ରହିଯାଉଛି
ନିଜ ମନମାନି କରିଦେଇ ନିଜର ବଡେଇ କରୁଛି l
ମଣିଷ କି ଆଜି ମଣିଷ ପଣିଆ ଖୋଜୁଛି
ପଶୁଟିଏ ଆଜି ସାହାଯ୍ୟର ମୂଲ ଦେଉଛି l
କେତେ ନୀତିବାଣୀ ସଦା ପଢି,ଶୁଣୁଛି
କାର୍ଯ୍ୟରେ ପରିଣତ ବେଳେ ସବୁ ଭୁଲିଯାଉଛି l