STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ସ୍ୱପ୍ନ

ସ୍ୱପ୍ନ

1 min
20

ସ୍ୱପ୍ନ କେଉଁଠୁ ହଠାତ୍ ଟପକି ପଡ଼େ

ଛାଇ ନିଦର ସୁକୋମଳ ଫୁଲର ବିଛଣାରେ

ରିକ୍ତ ମନକୁ କରେ ଆଶା ଆସକ୍ତିରେ ସିକ୍ତ

ଏକତାର ଧ୍ୟାନରେ କରାଏ ମଗ୍ନ

ସହଜରେ ତାର ଭାବ ହୁଏନା ଭଗ୍ନ

ଆଖି ଆଗେ ଭାସେ ଅସରନ୍ତି ଦୃଶ୍ୟରାଜି

ଶୂନ୍ୟ ଆକାଶର ଭସା ବଉଦ ଭଳି

ଯାଉଥାଏ ସେ ଖେଳି ଖେଳି

ପୁଳା ପୁଳା ଭେଳା ଭେଳା

ବସିଯାଏ ତାର ମନୋହରୀ ମେଳା

ଚକିତେ ତୁରିତେ କରାଏ ଭାବ ବିହ୍ଵଳ

ଦିଶେ ଭାରି ରଙ୍ଗୀନ୍ ଉଜ୍ଜ୍ଵଳ

ଆକର୍ଷିତ କରେ କାମିନୀ କାଞ୍ଚନର

ମୋହ ଆଡ଼କୁ ବାରମ୍ବାର

ଚିନ୍ତା ଚେତନାକୁ କରାଏ ଦିଗହରା

ନିୟନ୍ତ୍ରଣ ହରାଏ ସ୍ଵପ୍ନ ବିଳାସି 

ସ୍ୱପ୍ନ ସ୍ୱପ୍ନରେ ହୁଏ ବିଭୋର

ନ ବୁଝି ନ ବିଚାରି ସ୍ୱପ୍ନର ମର୍ମ

ଅବାନ୍ତର ଭାବନାରେ ହୁଏ ତରସ୍ତ

ମନ ତାର ନବ ନବ ଛବି ଆଙ୍କେ

ସମୟ ସୁଯୋଗ ହେଲେ ବି ବାଧାପ୍ରାପ୍ତ

ସ୍ୱପ୍ନ ରାସ୍ତାକଡ଼ର ଅନାବନା

ନ ହୋଇଥିଲେ ବି ତାର ବୀଜ ବୁଣା

ଅଙ୍କୁରି ଉଠେ ଏଣେ ତେଣେ

ବର୍ଷାଦିନିଆଁର ସବୁଜ ଗୁଳ୍ମଲତା ପରି

ମନଟାକୁ ଜବରଦସ୍ତ ନିଅନ୍ତି ଘେରି

ଦିଶେ ଉଦ୍ଭଟ ସୁନ୍ଦର ଦୃଶ୍ୟ ସବୁ

ଲାଗେ ତା'ଠାରୁ ବୋଧେ 

ସଂସାରରେ ଭଲ ନାହିଁ କିଛି ଆଉ

ଅଦ୍ଭୁତ ଲାଗେ ତାର ରୂପରେଖ

ଦିଏ ଅବାନ୍ତର ସମାଚାର

ନିଦ୍ରିତ ମୁଦ୍ରିତ ଆଖି ଦେଖେ ନିରନ୍ତର

ସ୍ୱପ୍ନ ବାସ୍ତବତାରୁ ଯେ ସଂପୂର୍ଣ୍ଣ ଭିନ୍ନ

ଏକା ଏକା ଜଣେ କରିଥାଏ ସଂରଚନା

ପାର୍ଥିବ ସବୁ ସଂପର୍କକୁ କରି ଛିହ୍ନ

ସ୍ୱପ୍ନ ଅବଚେତନତାର ଅହେତୁକ ଭାବନା

ଥାଏ କଳ୍ପନା ନଥାଏ ସମ୍ଭାବନା

ଏ ତୁଚ୍ଛ ମିଛ ଅସ୍ତିତ୍ଵହୀନ ସ୍ୱପ୍ନକୁ ଭୁଲି 

ଶାନ୍ତ ମନରେ କରେ ଯିଏ ତାର ଶ୍ରମ ସାଧନା

ମିଳେ ତାକୁ ଜୀବନର ପ୍ରକୃତ ଠିକଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational