Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smita Rani Barik

Inspirational

3  

Smita Rani Barik

Inspirational

ବିଦାୟ ବେଳର ସ୍ମୂତି

ବିଦାୟ ବେଳର ସ୍ମୂତି

1 min
189



ବିଦାୟ ବେଳାର ସେ କିଛି ମୁହୁର୍ତ୍ତ

    ମନେ ପଡୁ ଅଛି ନିତି , 

ସବୁଦିନ ପାଇଁ ହୃଦୟେ ମୋହରି

    ହୋଇ ରହିବ ଯେ ସ୍ମୃତି । 

ଛାତ୍ରୀଙ୍କ ଭିତରେ ସବୁଠୁ ଯେ ମୁହିଁ

    ଥିଲି ଯେ ଆପଣଙ୍କ ପ୍ରିୟ , 

ଯିବା ସମୟରେ ତପସ୍ୱୀନି ମ୍ୟାମ୍

    ଶୁଭାଶିଷ ଦେଇ ଯାଅ । 

ସ୍ମିତା ସ୍ମିତା ବୋଲି ଡାକୁଥିଲେ ମୋତେ

   ଦେଉଥିଲେ ଶ୍ରଦ୍ଧା,ସ୍ନେହ , 

ତେଣୁ ଭାସି ଆସେ ପ୍ରତି ମୂହୁର୍ତ୍ତରେ

   ଆପଣଙ୍କ ସେ ଚିହ୍ନା ମୁହଁ । 

ଆପଣଙ୍କଠୁ ଶିଖିଛି କେତେ କଥା ମୁହିଁ

   ପାଇଛି ଶିକ୍ଷାର ଦାନ , 

ତେଣୁ ମୋ ପାଇଁ ଆପଣ ଗୁରୁ ତୁମେ

    ଅଟ ଯେ ତୁମେ ମହାନ । 

ଗୁରୁ ଦକ୍ଷିଣାରେ ଦେବା ପାଇଁ ଆଜି

   ମୋ ପାଖରେ କିଛି ନାହିଁ , 

ଦେଇଥିବା ଜ୍ଞାନୁ କେତୋଟି ଶବ୍ଦ

   ସାଉଁଟୁଛି ଆପଣଙ୍କ ପାଇଁ । 

ଚିରସ୍ମରଣୀୟ ହେଉ ଏ ଦିବସ

   ଆମେ ଦୁହିଁଙ୍କ ଯେ ପାଇଁ , 

ମଥାନତ କରି ପ୍ରଣିପାତ କରେ

   ଦୋଷ ମୋ ଧରିବ ନାହିଁ । 

ବିଦାୟ ନେଉଛୁ ଏହି କଲେଜରୁ

   ଦୁଃଖକୁ ହୃଦୟେ ଚାପି , 

ସବୁଦିନ ପାଇଁ ଅଭୁଲା ରହିବ

   ବିଦାୟ ବେଳର ସ୍ମୃତି । 

    


Rate this content
Log in

Similar oriya poem from Inspirational