ସାହିତ୍ୟକ,ଭବିଷ୍ୟତ ସମୟ! ତୁମର
ସାହିତ୍ୟକ,ଭବିଷ୍ୟତ ସମୟ! ତୁମର
ହେ ସାହିତ୍ୟିକ,
ନୀଳ ଆକାଶର ନୀଳିମତା,
ଚଞ୍ଚଳତା, ନିରୀହତା,
ସବୁଜ ବନାନୀ ତରୁ ଲତାର ନିରବତା,
ଚନ୍ଦନ ବନର ମାଦକତା,
କପୋତର ଶାନ୍ତିର ପ୍ରତୀକତା,
କାଗଜ ଫୁଲର ସୁନ୍ଦରତା,
ଶୀତୁଆ ରାତିର ଉଷ୍ମତା,
ଗଢି ତୋଳିଛି ତୁମର ସ୍ୱରର ମଧୁରତା.
ହେ ସାହିତ୍ୟିକ,
ଦୁଃଖର କାହାଣୀ ପ୍ରଜାପତିଟିଏର,
କାଳରୂପୀ ଝଞ୍ଜା ରୁଦ୍ର ବୈଶାଖୀର,
ସ୍ମୃତି ସବୁ ଦୁଃଖ, ଶୋଷଣ, ଅତ୍ୟାଚାରର,
ବହୁ ଅକୁହା ନିଆରା କଥା ସମୁହର,
କଷଣ କାହାଣୀ ମଣିଷ ଉପରେ ମଣିଷର
କାହାଣୀ ଯାତନା ନିର୍ଯ୍ୟାତନା ଛନ୍ଦ ମନ୍ଦ ପାଞ୍ଚିବାର
ଗଢି ତୋଳିଛି ତୋର ସ୍ୱରରେ ବିପ୍ଳବର
ହେ ସାହିତ୍ୟିକ,
ମନ ଖୋଲି ଲେଖିଛ ପ୍ରେମର ସଙ୍ଗୀତ,
ମଧୁରତାରେ ଛନ୍ଦିଛ ତ ପ୍ରଣୟ ଚରିତ
କୋଇଲିର କାକଳୀ, ମହୁମାଛିର ପ୍ରେମର ଚିତ୍ର
ମିଠା ମିଠା ସ୍ମୃତି କଥା ସମୁହର
ପ୍ରାକୃତିକ ଦୃଶ୍ୟ ସମୁହର ମଧୁର ସ୍ୱର
ଭାଷାର ଶାମୁକାକୁ ସାଉଁଟାଇ ଆଣି,
ଚଞ୍ଚଳ ମନର ଚପଳାମୀ ତୋ ଲେଖନୀ ନିଃସୃତ
ହେ ସାହିତ୍ୟିକ,
ଯନ୍ତ୍ରଣା ଭୋଗିବି, କେତେ ବାର୍ତ୍ତା ଆଣିଛ
ଗତସ୍ୟ ସମୟକୁ ଛାଡ଼ି,
ନୂତନକୁ ନଜର ଦେବାକୁ
ସ୍ଥିର ପରିପକ୍ୱ ଭାବାବେଗର ନୀତି
ମାଟି ମାଆ ପ୍ରତି ଅଲିଭା ଦେଶ ପ୍ରୀତି
ନୂଆ ସୃଜନଶୀଳତାର ଭତ୍ତି
ହେ ସାହିତ୍ୟିକ,
ଅଧୁନା ସମୟର, ଭୂତ ଅତୀତର
ସାଧନାରେ ବ୍ରତୀ ରହି,
ଆଲୋଚନା ଓ ସମାଲୋଚନାରେ,
ସାହିତ୍ୟ ସାଧନାରେ,
କାବ୍ୟିକ ଚେତନା ବଳରେ,
ହୋଇଛ ସମାଜରେ ସହାୟକ
ଦୁଃସ୍ଥ ଜୀବନର.
ହେ ସାହିତ୍ୟିକ,
ଦେଖିଛେ ଅନେକ ଲୀଳା,
ବଦଳିଛି ବଦଳିବ,
ଅମା ଅନ୍ଧକାର ହଟି ଯାଇ,
ପୁଣି ଆଲୋକ ଆସିଛି ଫେରି,
ସୁପ୍ତ ଥିବା ମଣିଷର,
ସପନ ଆସିଛି ଫେରି,
ଭାବ ବଦଳିଛି, ବଦଳିବ,
ମଣିଷର ଲୁହ ପୋଛି ଦେବ.
ହେ ସାହିତ୍ୟିକ,
ଭବିଷ୍ୟତ ସମୟ!
ତୁମର ପ୍ରତୀକ୍ଷାରେ,
ନିରବ କିଆଁ?
ଯାହା ଅଛି, ଢାଳିଦିଅ,
ଦେଶ ଜାତି ଲାଗି ଗଢାଇବା ସୌଧ,
ଜାଳି ମଣିଷତ୍ୱ ପ୍ରୀତି ଭାବ,
ବସୁଧୈବ କୁଟୁମ୍ବକମ୍ ଅର୍ଥ
ତେବେ ଯାଇ ତ ସଫଳ ହେବ.