ଆସ ବୁଲିଯିବା ଜନମ ମାଟି
ଆସ ବୁଲିଯିବା ଜନମ ମାଟି
ପ୍ରତାରଣା ଛଡା ଆଉ କିଛି ଜାଣନ୍ତିନି
ଭଣ୍ଡ ପ୍ରତାରକ ହୁଏ ଯିଏ
ନିଜ ସୁଖ ବ୍ୟତୀତ ଦେଶ ଓ ସମାଜ
ସୁଖକୁ ହୃଦୟରେ ନନିଏ ।
ନଅ ମାସ ନଅ ଦିନ ରହିଥିଲା, ନିଜ
ମାଆର ଗର୍ଭାଶୟରେ
କୁଆଁ କୁଆଁ ରାବ କରି ଥାଏ ଜନମ
ମାଟିରେ, ଏନ୍ତୁଡ଼ି ଶାଳରେ ।
କଥା କହି ପାରିଲା, ନିଜ ପରିଚୟ
ପାଇ ପାରିଲା ସମାଜରେ
ହସ ତ ଛାଡ ଦୁଃଖର ଭାବନା ଦେଇ
ଦିଏ, ସେମାନଙ୍କ ମୁହଁରେ ।
ଜାଣି ଥିଲେ ଆମେ ହିମାଳୟର ଶାନ୍ତ
କାନ୍ତ ନିଭୃତ ଗୁମ୍ଫାରେ
ଅସ୍ଥିରତାକୁ ଶାନ୍ତ କରିବା ସ୍ୱାର୍ଥେ ରହୁ
ଥିଲେ ଯୋଗୀ ଭାବରେ ।
କିନ୍ତୁ ଆଜି ଦେଖ ମଣିଷ ଯୋଗୀ
ବୋଲାଏ ରହି କ୍ଷମତାରେ ,
ସ୍ଥିର ଚିତ୍ତରେ ଭାବି କୁହ ତ, ଏହା
କଣ ପ୍ରତାରଣା ନୂହେଁରେ ?
ମୋର ଗାଁ ରେ କଟିଥିଲା ପିଲା ଦିନ
ସାଙ୍ଗ, ସାଥୀଙ୍କ ମେଳରେ
ସେଇ ମାଟି ଓ ଗୋଡି ଅଛି, ମହ ମହ
ବାସ ଅଛି କି ସେଠାରେ ?
ଏବେ ମୋତେ ଲାଗେ ସବୁଆଡେ ଶୂନ୍
ଶାନ୍, ନାହିଁ ସେ ମାଦକତା
ଖାଲି ପ୍ରତାରକ ମାନଙ୍କ ରାଜନୀତି ଖେଳ,
ନାହିଁ ଆଉ ମାନବିକତା ।