STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ନ୍ୟସ୍ତ ସ୍ୱାର୍ଥ, ଏକ ବଡ ଜହର

ନ୍ୟସ୍ତ ସ୍ୱାର୍ଥ, ଏକ ବଡ ଜହର

1 min
219


ମାନବ ଜୀବନ ପ୍ରାଣୀରେ ଶ୍ରେଷ୍ଠ,

ବିବେକ ନିମିତ୍ତ ନର ଅଟେ ଉତ୍କୃଷ୍ଟ l (1)

କାମ କ୍ରୋଧ ଲୋଭ ମୋହରେ ବନ୍ଦୀ,

ଗର୍ବ ହିଂସା କପଟରେ କରେ ଫନ୍ଦୀ l (2)

ସ୍ନେହ ଶ୍ରଦ୍ଧା ରହିଥିଲା, ରହିଛି, ରହିବ

ସେ ସାମାଜିକ ପ୍ରାଣୀ ସମ୍ପର୍କ ତ ରହିବ l (3)

ଖାଦ୍ୟ, ବସ୍ତ୍ର, ବାସ, ଭାବ ଭଙ୍ଗୀ ଓ ଢଙ୍ଗ

ପ୍ରକୃତିର ପରିବର୍ତ୍ତନରେ ଆସେ ତ ରଙ୍ଗ l (4)

ହୃଦୟରେ ଅଛି ସବୁ ଛଳନା, ପ୍ରତାରଣା

ସୃଷ୍ଟି ହୁଏ ଆସିଲେ ନ୍ୟସ୍ତ ସ୍ୱାର୍ଥର ଭାବନା (5)

ନ୍ୟସ୍ତ ସ୍ୱାର୍ଥ ହେଉଛି ତ ଏକ ବଡ ଜହର

ସେ ଜହର ଯଦି ପ୍ରବେଶ କରେ ମନ ଭିତର (6)

କୁତ୍ରିମତାରେ ରୂପ କାନ୍ତି ଭାବନାକୁ ସଜାଏ,

ସୃଷ୍ଟିର ସମସ୍ତ ନୀତି ତତ୍ତ୍ୱକୁ ପୁରା ଭୁଲିଯାଏ  l (7)

ଏହାକୁ କୁହନ୍ତି ସମାଜ ତତ୍ତ୍ୱରେ ତ ପୁଂଜିବାଦ

ସମାଜେ ଭରାନ୍ତି ଯେତେ ଭେଦଭାବର ବାଦ l (8)

ପୁଂଜିବାଦ ପ୍ରଭାବରେ ଜହର ଲାଗୁଛି ସଂସାର

ପାଣିଠୁ ପବନ ସମ୍ପର୍କରେ ଆଜି ଭରିଛି ଜହର l (9)



Rate this content
Log in

Similar oriya poem from Abstract