Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SUJATA DAS

Action

4  

SUJATA DAS

Action

ଅକୁହା କଥା

ଅକୁହା କଥା

1 min
471


କହିବ କି ସତ

  କାଳିଆ ସାଆନ୍ତେ

    ଆଖିରେ ମିଶାଇ ଆଖି

ହୃଦୟ ତୁମର

  ପାରେନା କି ସହି 

    ପ୍ରେମୀ ଯୁଗଳଙ୍କୁ ଦେଖି ।


ଅଷ୍ଟ ପାଟବଂଶୀ

   ସୁନ୍ଦରୀ ରୁପସୀ

     ଖଟନ୍ତି ସେବାରେ ନିତି

କାହିଁକି କପଟେ

   ଭାଙ୍ଗିଦିଅ ତୁମେ

     ଦେଖିଲେ ଆନ କା ପ୍ରୀତି ।


ମଥୁରା ଭୁବନ

   ଗଲାପରେ ତୁମେ

     ରଚିଲ କପଟ ଛନ୍ଦ

ରାଧାରାଣୀ ଝୁରେ

  କେଳି କୁଞ୍ଜବନେ

    ଫେରିଲନି କଳାଚାନ୍ଦ ।


ମୀରାବାଇ ମନ

  ବୁଝିଲନି ତୁମେ

    ଜାଣିଛି ଜଗତ ଜନ

ଛାଡି ରାଜସୁଖ

  ବୈରାଗୀନୀ ସାଜି

    ହେଲେ ଅନୁରାଗେ ଲୀନ ।


ଛଡାଇ ନେଇନି

   କେହି ତୁମ ସାଥି 

     ପ୍ରୀତି କରିନାହିଁ ଦୂର

କାହିଁକି ବୁଝନି

   ଦରଦୀ ହୃଦୟ

     ବ୍ୟଥା କ୍ଳେଶ ହୃଦୟର ।


ତୁମେ ସ୍ୱାର୍ଥପର

   କାଳିଆ ଠାକୁର

     ମୂଲ୍ୟହୀନ ଦୁଃଖ ଲୁହ

ଯନ୍ତ୍ରଣା ଯାତନା

   ଅନୁଭବୀ ନାହଁ

     ଲହୁ ହୋଇ ଝରେ ଲୁହ ।


କେଉଁ ସୁଖ ମିଳେ

   ଯୋଡି ଭାଙ୍ଗି ଦେଇ

     ପ୍ରୀତି କରିଦେଇ ଇତି

କପଟ ହସରେ

   ପରିହାସ କର

     ଏହା କି ପ୍ରଣୟ ନୀତି ।


ତୁମକୁ ଦେଖିଲେ

   ଭୟ ଲାଗେ ମନେ

    ପ୍ରୀତି ହୋଇଯିବ ଦୂର

କଳା ରଙ୍ଗ ପରି

   ମନ ତୁମ କଳା

     ତନ୍ତ୍ର ମନ୍ତ୍ର ଯାଦୁଗର ।


Rate this content
Log in