ସ୍ୱାର୍ଥର ପଥଯାତ୍ରୀ,ଦୋଷ ଗଣତନ୍ତ୍ର
ସ୍ୱାର୍ଥର ପଥଯାତ୍ରୀ,ଦୋଷ ଗଣତନ୍ତ୍ର
ବଡ ବଡ ପ୍ରତିଶ୍ରୁତି ଦିଅ ପାଂଚ
ବରଷରେ ଥରେ
ରହିବେ ନାହିଁ କେହି ଆଉ ଗରିବ
ଆମ ଦେଶରେ ।
କିଏ କହେ ମାଟି ଲାଗିବନି ଗାଁ
ରାସ୍ତାରେ ତୁମର
ମୋତେ ଭୋଅଟ ଦେଇ ମୁଖ୍ୟ
ମନ୍ତ୍ରୀ ପ୍ରଧାନମନ୍ତ୍ରୀ କର ।
ଦେଶରେ ଯୁବକ ଯୁବତୀ ସବୁ
କର୍ମରେ ଲାଗିବେ
କେହି ଆଉ ବେରୋଜଗାର
ବେକାର ନରହିବେ ।
ବଜାରରେ ଜିନିଷ ଦ୍ରବ୍ୟର ମୂଲ୍ୟ
ସ୍ଥିର ତ ରହିବ
ମୋର ରାଜୁତିରେ ଦରବୃଦ୍ଧି
କେବେ ନଘଟିବ ।
ସପନରେ ପୁରାନ୍ତି ପୁରାଣର
ରାମରାଜ୍ୟ କଥା
ହେଲାଣି କେତେ ନିର୍ବାଚନ,
ଗଲାଣି କି ଭୋକର ବ୍ୟଥା ।
ଅନ୍ୟାୟର ମରୁରେ ଘୁରୁଛେ,
ସତ୍ୟ ଲାଗେ ମରୀଚିକା
ଧର୍ମକୁ ଜଗୁଛୁ, କିନ୍ତୁ ଅଧର୍ମ
କରେ ଧର୍ମର ରଂଗ ଫିକା ।
ରାଜନୀତି ଅବା ଧରମର ନାମ ବିକି
କରନ୍ତି କଳାଟଂକାର ବେଉସା
ଦେଶର ଧନ ଯେତେ ଲୁଟିନେଲେ
ମଧ୍ୟ ସରେ ନାହିଁ ନିଶା ।
ଜନତା ଏଠି ଓଁ ଶୁଭ ଲାଭ, ସ୍ୱାର୍ଥରେ
ଜରାଗ୍ରସ୍ତ, ଅନ୍ଧ ହୋଇଛନ୍ତି
ଲୋଭ ସ୍ୱାର୍ଥର ପଥଯାତ୍ରୀ ହୋଇ
ଗଣତନ୍ତ୍ରକୁ ଦୋଷ ଦେଉଛନ୍ତି ।
