Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Action

4  

Geetanjali Prusty

Action

ସାବଧାନ ହୋଇ ସବୁ ଦେଖୁଥା

ସାବଧାନ ହୋଇ ସବୁ ଦେଖୁଥା

1 min
292



ସଳଖ ସୁନ୍ଦର ଭେଣ୍ଡିଆଟେ ଦିନେ

ପଶିଗଲା ଆସି ଦୋକାନ ଘରେ

ଭଳି ଭଳି ଚିଜ ଦେଖିଲା ଆଗ୍ରହେ

କିଣି ନେବ ବୋଲି ବୀର ଦର୍ପରେ l


ଚାରି ଆଡ଼କୁ ସେ ଚାହିଁଲା ସନ୍ତର୍ପେ

କାହା ଦୃଷ୍ଟି ତାରେ ଅଛି କି ନାହିଁ

ହଠାତ ଦୋକାନ ଟଙ୍କା ବାକ୍ସରୁ

ନୋଟ ଥୋଡେ ଧରି ଗଲାସେ କାହିଁ l


ଦୋକାନୀ ବାପୁଡ଼ା ଧର ଧର ବୋଲି

ଯେତେ ପାଟିକଲା ପଛରେ ଧାଇଁ

ଲୁଚିଗଲା ସେତ ଜନ ଗହଳିରେ

ଖୋଜି ଖୋଜି ତାକୁ ପାଇଲା ନାହିଁ l


ଶେଷେ ବାଧ୍ୟ ହୋଇ ପୁଲିସ ଥାନାରେ

ଏତଲା ଲେଖିଲା ଘଟଣା କହି

ପୁଲିସ ଅଧିକାରୀ ସି ସି ଟିଭି ଯେତେ

ଅଣ୍ଡାଳିଲେ ସେଠି ସଂଭ୍ରମେ ଯାଇ l


ଚେହେରାଟି ତାର ସରସ ସୁନ୍ଦର

ଚିହ୍ନିଲା ତାହାକୁ ପୁଲିସ ଭାଇ

ପେଷାଦାର ଚୋର ଅଟେ ସହରର

ମୂଲ୍ୟବାନ ତାର ପୋଷାକ କହି l


ଭଦ୍ର ଲୋକ ଭଳି ବଜାରରେ ଗଳି

ନିତି ସେ କରଇ ଚୋରି ଚପଟ

ବାନ୍ଧି ଆଣି ତାକୁ ହାଜତେ ରଖିଲେ

ଫରୱାର୍ଡ କଲେ ତଳ କୋର୍ଟ l


ପାଇଲା ଦଣ୍ଡ ସେ ବିଚାର ସରିଲା

ଦଶ ବର୍ଷ ଖଟି ସଶ୍ରମ ଦଣ୍ଡ

ଅଭ୍ୟାସଟା ଯେବେ ବଦଳି ତା' ଯିବ

ଭଲ ଲୋକେ ଗଣା ହେବ ତା'ମୁଣ୍ଡ l


ଏଇତ ଆଜିର ଦୁନିଆଁର କଥା

ସାବଧାନ ହୋଇ ସବୁ ଦେଖୁଥା

କେତେବେଳେ କିଏ କେଉଁ ରୂପେ ଆସି

ଲୁଟିନେବ ସବୁ ଘୁରିବ ମଥା l


ଅପରାଧ ଯିଏ କରୁଥିବ ନିତି

ସିଏ କି ପାଇବ ସମ୍ମାନ କେବେ

ସମାଜରେ ଆମେ ଜନମ ଲଭିଛେ

ସାମାଜିକ ପ୍ରାଣୀ ହେବାରେ ଗର୍ବେ l


Rate this content
Log in

Similar oriya poem from Action