STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ମରୀଚିକା ପଛେ ଧାଉଁଁଛି

ମରୀଚିକା ପଛେ ଧାଉଁଁଛି

1 min
307

ନୟନେ ଦେଖିବା ପାଇଁ ନିତି ନିତି, ସଂସାର

ରେ ନୂଆ ନୂଆ ଛବି ଖୋଜେ

ବିବର୍ତ୍ତନ ଦୁନିଆରେ ପ୍ରତି କ୍ଷଣ ପରିବର୍ତ୍ତନ 

ଗୁଡିକ ହୃଦୟ ଭିତରେ ବିଜେ ।


ଖୋଜିବା ଭିତରେ, ଜୀବନ ନାଟକରେ, 

ଚକା ଭଉଁରୀରେ କାଳ କାଟୁଛି

ବେଳେ ବେଳେ ନିଜର କେତେ ତଥ୍ୟ 

ଓ ଭାବନା କୁ ମୁଁ ହଜାଇ ଦେଉଛି ।


ସମୂଦ୍ର ଭିତରୁ ବିନ୍ଦୁଏ ସୀମିତ ଜ୍ଞାନରେ, 

ସବୁ ଜାଣିବାର, ଫୁଟାଣି ମାରେ

କୁଟିଳତା ମନରେ ଖୁନ୍ଦି, ଭଦ୍ର ମଣିଷର 

ଖୋଳ ପିନ୍ଧି, ଆତ୍ମ ବଡିମା କରେ ।


ନିର୍ଲଜ ଭାବନାରେ ସବୁ ଜାଣି, ମଣିଷ ପଣିଆ 

ହରାଇଛି ମିଥ୍ୟା ଆବରଣରେ, 

ବିଶ୍ୱାସେ ମିଶାଇ ବିଷ, ବୁଡ଼ାଏ ଘର କେତେ,

ଅଧର୍ମ ଓ ଅକର୍ମ କେତେ କରେ ।


କେତେବେଳେ ଏ ବିଶାଳ ଗଗନକୁ ଅନାଇ 

ମୌନରେ ବସି ଦେଖୁଥାଏ

ସୁନୀଳ ଆକାଶ କେତେ ଦୂର ଲମ୍ବିଛି, ତାହା 

ମନ ଭିତରେ ଖୋଜିଥାଏ  ।


କେବେ ଭାବେ ଜୁଳୁଜୁଳିଆ ଭଳି ଜୀବନ 

ଧରି ମରୀଚିକା ପଛେ ଧାଉଁଛି

ଫୋଟକା ଜୀବନ ସରିଲେ ତୁଟିଯିବ ସବୁ 

ମାୟା, ଏ ମର୍ମକୁ ଭୁଲି ଯାଇଛି ।


କେବେ ମନେ ଆସେ ସତରେ କଅଣ 

ଅସତ୍ୟକୁ ସିଦ୍ଧ କରିବାକୁ ଲାଗିଛି

ଜୀବନ ଜଞ୍ଜାଳରେ ସ୍ବାର୍ଥକୁ କରି ସାଥି 

ମିଛ ଦୁନିଆରେ ମାତି ଚାଲିଛି ।


ଭାବିପାର ଏହା ମୋର ପାଗଳାମି, ତୁଛା 

ଅନ୍ଧକାର ଭିତରେ ମାଡି ଯାଉଛି 

ଜାଣିବାକୁ ଚାହୁଁଛି, ନିଜେ ମୁଁ କିଏ  କାହିଁକି 

ଆସିଛି କିଏ ମୋତେ ପଠାଇଛି ।


Rate this content
Log in

Similar oriya poem from Abstract