STORYMIRROR

Chittaranjan Nanda

Abstract Action Inspirational

4  

Chittaranjan Nanda

Abstract Action Inspirational

ପୂର୍ଣ୍ଣ ପ୍ରୟାସ ହିଁ ଦରକାର

ପୂର୍ଣ୍ଣ ପ୍ରୟାସ ହିଁ ଦରକାର

1 min
292


ବେଙ୍ଗ କହେ ବେଙ୍ଗୁଲି ଲୋ ସମୟ 

ଚାଲେ ଘଡିକୁ ଘଡିଏ ଆନ

ଆସିଛେ କିଛି ନଧରି, ସୀମା ଅଢେ଼ଇ 

ଦିନ ଆମ ଜୀବନ ।


ଆଜି କୁହ କାହିଁକି ପୃଥିବୀରେ ଖୁସି 

ଓ ଆନନ୍ଦର ଦିନ ହଜିଛି

ବିଶ୍ୱ ପରିବେଶରେ କିଆଁ ସେବତୀ ବାସନା 

ଝାଉଁଳି ଯାଇଛି ।


ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ 

ତୁମେର, ଭାବନା

ପ୍ରତିଦିନ ମୋ ଓଡିଆ ଭାଇ ବଡ କଣ୍ଠରେ 

ଗାଉଛି ପରା ସିନା ।


ସମଗ୍ର ସଂସାରରେ ବିଶ୍ୱ ଶାନ୍ତି ଫେରେଇ 

ଦିଅ ଡାକ ଶୁଭଇ 

ଜୟ ଶ୍ରୀରାମ ଜୟ ଶ୍ରୀରାମ ଭଜୁଛି ହିନ୍ଦୁ 

ବିଶ୍ୱ ସମ୍ରାଟ ହେବା ପାଇଁ ।


ଗାଲୁଆଙ୍କ ଅଟେ ବାରବାଟୀ ଚାଷ 

ଗୁଣ୍ଠେ କି ବିଶ୍ୱାଏ ନଥାଏ 

ମିଛର ପଲଂକରେ ଶୋଇ ଶୋଇ 

ବଡ ବଡ ସପନ ଦେଖାଏ  ।


ବାହାପିଆଙ୍କର କଥାରେ ଫୁଟାଣି କିନ୍ତୁ

କାର୍ଯ୍ଯରେ ରହେ ପଛୁଆ

ଘର ବୁଡି ପାଣି ଆଣ୍ଠୁଏ ହେଲେ ବି ମତାନ୍ଧ 

ବୋଲେ ଜତିବ ଦୁନିଆଁ  ।


ବକ ଭଳି ବସିଛନ୍ତି ଧ୍ୟାନରେ କିନ୍ତୁ ମନ 

ମଧ୍ୟେ ମୀନ ଉପରେ ନଜର 

ଅଭାବ, ଦରବୃଦ୍ଧି, ବେରୋଜଗାର, ପେଡି 

ଖୋଲିଛି ଭୋକ ଜ୍ୱାଳାର ।


ଦେଖିବ କଥା କୁହାଳିଆ ଯେତେ ନିର୍ମୂଳି 

ଲତା, ବସି ଖାଇବା ପ୍ରକୃତି 

ବିଲୁଆ ବିଚାର ଭଳି ବାମନ, କିନ୍ତୁ ଚାନ୍ଦକୁ 

ଧରିବା ପାଇଁ ହସ୍ତ ପ୍ରସାରନ୍ତି ।


ଜାଣିଛେ, ଗୋଦରା ତାଡେ ଯେତେ ମାଡେ 

ସେତେ, ଫଳଘର ହୁଏ ଶୁନ 

ଚାଟଶାଳୀ ମାଡିନାହିଁ, ଗାଁ ଟାଉଟରର ଜବାବ 

ସୁଆଲ ସତେକି ଅଛି ଓକିଲାତି ଜ୍ଞାନ ।


ଫିଟିଛି ଅନେକ ରାସ୍ତା, ମନୁଷ୍ୟ ଚେଷ୍ଟିତ 

ସଂଘର୍ଷରେ ଶାନ୍ତି ପାଇବା ପାଇଁ  

ଭୁଲିବାନି, ପୂର୍ଣ୍ଣ ପ୍ରୟାସ ହିଁ ଦରକାର ଅନ୍ୟକୁ 

ଆଲୋକ ଦେଖାଇବା ପାଇଁ ।


Rate this content
Log in

Similar oriya poem from Abstract