Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ରହିବା କେତେ ଦିନ ଗହଳ ନିଦରେ

ରହିବା କେତେ ଦିନ ଗହଳ ନିଦରେ

1 min
4



ଥଣ୍ଡା ନାହିଁ, ମାଘ ମାସ ଠାରୁ ପାରଦ 

ଛୁଇଁଲାଣି ଏବେ ଚାଳିଶି ସ୍ତର

ଭୀଷଣ ଅସହ୍ୟ ତାତିରେ ସାରା ଭାରତ

ରେ ପଡି ଯାଏ, ହା ହା କାର ।


ଆଗର ଶୀତଳ ଜୋଛନାର ସ୍ନେହ ପାଇ

 ପାରିବା କି ଆମେ ଆଉ

ହାତ ପତାଇ ମାଗି ମାଗି ଖାଲି ନିାଗଡୁଥିବା 

ଆମରି ଲୁହ ଓ ଲହୁ ।


ବର୍ଷାରେ ଯେମିତି କଅଁଳି ଯାଇ ଥାଏ

କୁହ ଲଙ୍ଗଳା ଗଛର ଦେହ 

ବର୍ଷାର ଅଭାବେ ଗଛ ବଂଚିବନି, ମନୁଷ୍ୟ

 ବଂଚିବ କିପରି କୁହ ।


କାଉକୁ ଯେତେ ସଜାଇଲେ ହେବ କି କୁହ 

କେବେ ସିଏ କୋଇଲି,                 

ହେବ କି ବଗ କେବେ ରାଜହଂସ କୃତ୍ରିମତା

ରେ କଲେ ଚାଲି ।


ପଶୁ ପକ୍ଷୀ ଅବା କୀଟ ତରୁ ଲତା ସରବ 

ସଂସାରେ ତ ଗଢା ହୋଇଛି

ବିବେକ ବୁଦ୍ଧି ପାଇଁ ମନୁଷ୍ୟ ସବୁଠୁ ଶ୍ରେଷ୍ଠ 

ବୋଲି କୁହା ଯାଇଛି ।

 

ବିକାଶ ନାମରେ ଏବେ ଜଙ୍ଗଲ ଚାଲିଅଛି 

ପରା ଅବାଧରେ କଟା,

ଅଟ୍ଟାଳିକାମାନ ଠିଆ, ଦେଖା ଯାଉ ନାହିଁ 

ଆମକୁ ବୃକ୍ଷ କି ଲତା ।


ପ୍ରଦୁଷଣ ମାତ୍ରା ବଢ଼ି ଚାଲି ଅଛି ଭାବିବାକୁ 

ବେଳ କାହାର ନାହିଁ 

ଦିନରାତି ଆମେଅଛେ ସବୁ ଗହଳ ନିଦେ 

ବହଳେ ସପନ ନେଇ ।


ମା ସଦୃଶ ପ୍ରକୃତିଦତ୍ତ ସବୁ ପରିବେଶ ବୃକ୍ଷ

ଲତା ଓ ସବୁଜ ବନ 

ମଣିଷର ଅତି ଦରକାରୀ ବନ୍ଧୁ, ଅତୁଳନୀୟ 

ସେମାନଙ୍କର ଦାନ ।

    

ଖାଦ୍ୟ ବସ୍ତ୍ର ବାସ, ଜୀବ ଜଗତକୁ ତ ସେ 

ଜଂଗଲ ତ ଦେଇ ଥାଏ 

ପ୍ରଗତି ନାମରେ ମାତି ଆମେ ତାକୁ ନଷ୍ଟ 

କରିବାରେ ଲାଗି ଥାଏ ।


ଶିଳ୍ପ ଗଢି ଉଠିଲା ଗାଡି ମଟର ଧୂଆଁରେ 

ବାୟୁ ଦୂଷିତ ହେଲା ନିରନ୍ତର 

ଅଙ୍ଗାରକାମ୍ଳ ଶୋଷି ଅମ୍ଳଜାନ ନମିଳିଲେ 

ଜୀବନ ତ ହେବ ହା ହା କାର ।


ଯେତେ କମନୀୟ କୃତ୍ରିମ ତିଆରି ପ୍ରାସାଦ

ରେ ମଣିଷ କରିଲେ ବାସ

ଶାନ୍ତ ସରଳ ପ୍ରକୃତିର ଅଭାବେ ପ୍ରଦୂଷଣ 

ପ୍ରଭାବେ ବାହାରିବ କି ହସ ।

 

ଜଙ୍ଗଲ ଅଭାବେ ବରଷା ନହେବ, କୁହ

ଜୀବ ଜଗତ କିପରି ବଞ୍ଚିବ

ଭୁଲି ଗଲେ ଏ କଥା, କିପରି ପ୍ରଦୂଷଣ 

ଦୂର ହେବ ଓ ମଣିଷ ହସିିବ ।



Rate this content
Log in

Similar oriya poem from Action