STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସତସଙ୍ଗ

ସତସଙ୍ଗ

1 min
148


ସତସଙ୍ଗ ବିନା ମଣିଷ ଜୀବନ

     ହୋଇ ପାରେନି ସାର୍ଥକ

ସତରେ ଚଳିବା ସତରେ ରହିବା

      ନ ହୁଅଇ କେବେ ବ୍ୟର୍ଥ ।

ନିଜ ରୋଜଗାର ଅର୍ଥରେ ଚଳିବା

      କରି କିଛି କିଛି ଦାନ

ଦୁଃଖୀ ଦରିଦ୍ର ଙ୍କ ସେବାରେ ସମୟ

       କରୁଥିବା ବିତରଣ।

ନିଜେ ଭଲ ରହି ଆନେ ଭଲ ରଖି

       କରି ସତ ଆଚରଣ

ପରିବାର ଗଢି ସମାଜ ଗଢ଼ିବା

        ରଖିବା ମାନବ ପଣ।

ସତସଙ୍ଗ ବିନା କାହାର ଉନ୍ନତି

        ହେଖିଛ କି କେଉଁଠାରେ

ସତସଙ୍ଗେ ବଶ ସ୍ଵୟଂ ଜଗନ୍ନାଥ

        ଦୃଶ୍ୟ ଅବା ଅଦୃଶ୍ୟରେ।

ସତସଙ୍ଗ ପାଇଁ ଲୋଡା ଏକ ମନ

        ନିତିଦିନିଆ ଅଭ୍ୟାସ

ଜ୍ଞାନ ଧନ ଭକ୍ତି ବଳେ ହିଁ ଆସଇ

       ରଖ ଅଖଣ୍ଡ ବିଶ୍ୱାସ।

ଏହି ବିଶ୍ୱାସ ରେ ଚାଲିବାକୁ ହେବ

       କାଳିଆର ଦରବାରେ

ଉଜୁଡ଼ା ମନ ତ ସଜାଡି ହୋଇବ

       ସତସଙ୍ଗ ଶୁଭ ଦ୍ୱାରେ l



Rate this content
Log in

Similar oriya poem from Action