STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ପୁରୁଷର ଲୁହ ବନାମ ସ୍ତ୍ରୀ ର କୋହ

ପୁରୁଷର ଲୁହ ବନାମ ସ୍ତ୍ରୀ ର କୋହ

1 min
5


ଦିନ ଥିଲା ଶିବ ଶଙ୍କର ଆକଣ୍ଠ ପାନ କରିଥିଲେ ଗରଳକୁ,

ସେତେବେଳେ କିଏ ପଚାରି ଥିଲେ କି ଏକ ପୁରୁଷର ଲୁହକୁ


ଏଇ ସମାଜ ଦେବଙ୍କର ମଧ୍ୟେ ଶ୍ରେଷ୍ଠତା ଦେଇଥିଲା ତାଙ୍କୁ,

ମହାଦେବ ବୋଲାଇବାର୍ଥେ ପାନ ତ କରି ନଥିଲେ ଗରଳକୁ


ରାହୁକେତୁ ଚୋରାରେ ସୂଧା ପାନ ହେତୁ, ଅସୁରରେ ରହିଲେ

ମନ୍ଦର ସ୍ୱଭାବେ ମନ୍ଦ ହିଁ ମିଳିବ, ଉତ୍ତମ ଚିନ୍ତା ନରହିଲେ


ଦୁଇ କୂଳ ହିତା, ନାରୀ ନୁହେଁ ତ କେବେ ଅବଳା ଦୁର୍ବଳା

ଜନନୀ ରୂପେ ମମତା ପରଷି, ସତରେ ସେ ଏକ ସବଳା


ସମସ୍ତେ ଖାଇଲା ପରେ ଖାଏ, ସମସ୍ତେ ଶୋଇଲେ ଶୁଏ,

ତା ଭଲମନ୍ଦ ବୁଝିବା ଦାୟିତ୍ବକୁ, ପୁରୁଷ ହେଳା କରିଥାଏ


କେବେ ତ କହିନାହିଁ ଏ ପୁରୁଷ, କେତେ କାମ କରୁଅଛ,

ତୁମେ ଆମର ଘରକୁ ସବୁଜ, ସୁନ୍ଦର କରି ଗଢି ତୋଳିଛ


ଏଇ ସମାଜରେ ଏହା ତ ସୃଷ୍ଟ ପିତୃକୈନ୍ଦ୍ରିକ ଚିନ୍ତାଧାରରୁ

ସେଥିପାଇଁ ଚିନ୍ତା ଆସେ ନବହୁ ଲୁହ ସ୍ତ୍ରୀ ମାନଙ୍କ ଆଖିରୁ


କିଛି ସ୍ତ୍ରୀ ସ୍ଵାମୀ ସହ ମିଶି ନକରନ୍ତି ଯଦି ସହଧର୍ମିଣୀ ଧର୍ମ

ନିଶ୍ଚିତ ଭାବରେ ଏହା ନୂହେଁ କେବେ ମାନବିକତାର ମର୍ମ


ସେପରି ସ୍ତିୀ ଦେଖି ପାରେନି ଜଣେ ପୁରୁଷ ଆଖିର ଲୁହ

ସେ ଅବିବେକୀ ମାପିପାରେନି ଛାତିରେ ଲୁଚିଥିବା କୋହ ।


ଅନ୍ଧପୁଟୁଳି ବାନ୍ଧି ଖେଳିପାରେ ସେ ପୁରୁଷର ଆବେଗକୁ

ସମାଜରେ ସଦା ବେଳେ ଘୃଣା ରହେ, ସେହି ଭାବନାକୁ


କେହି କେବେ ବି ପଚାରନ୍ତି ନାହିଁ ପୁରୁଷର ଅନ୍ତର କଥାକୁ

ଏହା ସାର୍ବଜନୀନ ନୂହେଁ, କେବଳ ମିଳଇ କିଛି ଲୋକଙ୍କୁ ।।


Rate this content
Log in

Similar oriya poem from Abstract