STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ସେ ନାରୀଟିଏ

ସେ ନାରୀଟିଏ

1 min
243

ସେ ଏକ ସାନ୍ଦ୍ର ମୁହୂର୍ତ୍ତର ସୁଖ ପ୍ରଦାୟକ ସ୍ୱପ୍ନଟିଏ

ଜୀବନ ସଂଗ୍ରାମେ ସୁରକ୍ଷାଦାତ୍ରୀ ସେ ବର୍ମଟିଏ

ସେ ସଂସାର ଭିତରେ ଆଧାରଶୀଳାର ପରିଚୟ

ମଣିମୟ ଏକ ମହଲ ଭିତରେ ବହୁମୂଲ୍ୟ ଏକ ରତ୍ନଟିଏ।


ସେ ପାଶେ ଥିଲେ ଏକ ଅଲୋଡ଼ା ଆଖୋଜା ବନ୍ଧୁଟିଏ

ତଥାପି କରୁଣା ସ୍ନେହ ବାତ୍ସଲ୍ୟର ସିନ୍ଧୁଟିଏ

ଜୀବନଟା ତାର ସରିଯାଏ ସିନା ନିଜକୁ ନିଃଶେଷ କରି

ପରିଧି ମାୟାରେ ପତିତ ପୁରୁଷ ଆଖିରେ ଝାପ୍ସା ବିନ୍ଦୁଟିଏ।


ସମୟ ସାଥିରେ ତାଳ ଦେଉଥିବା ବ୍ୟତିବ୍ୟସ୍ତ ଏକ ପାଦଟିଏ

ପାହାନ୍ତି ପ୍ରହରୁ ବିଳମ୍ବିତ ରାତ୍ରି ଅବିଶ୍ରାନ୍ତ ଏକ ପଥଟିଏ

ଲୁହ ପିଇ ପିଇ ହସେଇବାର ସେ କଳାଚାତୁରୀରେ ପରିପୂର୍ଣ

ନିଶ୍ବାସରେ ଆଶ୍ୱାସନା ଖୋଜୁଥିବା ଲୟଯୁକ୍ତ ଏକ ଛନ୍ଦଟିଏ। 


ତାର ନିରସ ଶରୀରେ ବିକିରିତ ଏକ ଅଜଣା ଶକ୍ତିର ଉତ୍ସଟିଏ

କର୍ମ ପ୍ରବୀଣା ଧୁରିଣା ସେ ଏକ ସ୍ୱାଭିମାନୀ ମହାସ୍ରୋତଟିଏ

ପାପୀର ଆଖିରେ ଜଳିଯାଏ ସିନା ପ୍ରାର୍ଥିବ ଶରୀର ଗୋଟା

ସ୍ଥିର ଶିଖା ତେଜି ରଶ୍ମି ବାଣ୍ଟୁଥିବା ସ୍ଵଛ ଆତ୍ମାର ଜ୍ୟୋତିଟିଏ।


କିଏ କହେ ନାରୀ ଅବଳା ଦୁର୍ବଳା ଆଶ୍ରା ଖୋଜୁଥିବା ଲତାଟିଏ

ବିଶ୍ୱର ସ୍ଥିତି ଧରି ରଖିଥିବା ଆଦର୍ଶର ଏକ ବାର୍ତାଟିଏ

ପରିବାର ପରେ ସମାଜର ଏକ ଦୃଢ଼ ଶୃଙ୍ଖଳର ବନ୍ଧନଟେ

ତା ଅଭାବେ ସତେ ଶ୍ରୀହୀନ ସଂସାର ମୃତ ପ୍ରାୟ ଏକ ସତ୍ତାଟିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract