STORYMIRROR

Dharitri Das

Abstract

3  

Dharitri Das

Abstract

ପ୍ରକୃତ ଧନୀ

ପ୍ରକୃତ ଧନୀ

1 min
277

ଧନ ଥିଲେ କି ହୋଇବ ବନ୍ଧୁ ଯଦି ନଥିବ

ସାଥି ହେବାପାଇଁ ଧନ ଦରକାର ନୋହିବ।

ମିଷ୍ଟ ଭାଷା ସାଧୁ ସ୍ଵଭାବ ଥିଲେ ବ୍ୟକ୍ତି ପାଶେ

ଅଚାନକ ଅତିଥି ମିଳନ୍ତି ଆସି ରାତ୍ର ଦିବସେ।

ଅତିଥି ମେଳରେ କଟୁଥାଇ ସଦା ଯାହାର ଦିନ

ପ୍ରକୃତରେ ସମାଜେ ଅଟଇ ସେହି ତ ଧନବାନ।

ସୁଖ ଶାନ୍ତିରେ କଟୁଥାଇ ଯାହାର ଏଠି ଜୀବନ

ଦୁଃଖ କେବେହେଲେ ନ ପଶିପାରେ ତାହାର ଭୁବନ।

ହେଲେ ଏ ମୁଢ ମାନବ ବୁଝି ପାରେନାହିଁ ତାହାକୁ

ଦୁନିଆରେ ସବୁଠୁବଡ଼ ଭାବେ ଧନ ଅର୍ଜନକୁ।

ଧନ ପଛେ ଧାଇଁ ଧାଇଁ ଜୀବନେ ଭୁଲିଯାଏ ହସ

ଶେଷେ ବିଦାୟ ନିଏ ମନେ ଧରି ଅବସୋସ।

ମିଛ ମାୟା ସଂସାରରେ ଘାରି ହୋଇ ଏହି ମଣିଷ

ସାଙ୍ଗ ସାଥି ସବୁକିଛିକୁ ମଣିଥାଏ ସେହି ବିଷ।

ଆଜିର ସମାଜର ମୁଢ ମାନବ ହୁଅ ସାବଧାନ

ବେଳଥାଉଁ ସାଙ୍ଗ ସାଥି ମେଳେ ଧର୍ମ କର ଅର୍ଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract