ପ୍ରକୃତ ଧନୀ
ପ୍ରକୃତ ଧନୀ


ଧନ ଥିଲେ କି ହୋଇବ ବନ୍ଧୁ ଯଦି ନଥିବ
ସାଥି ହେବାପାଇଁ ଧନ ଦରକାର ନୋହିବ।
ମିଷ୍ଟ ଭାଷା ସାଧୁ ସ୍ଵଭାବ ଥିଲେ ବ୍ୟକ୍ତି ପାଶେ
ଅଚାନକ ଅତିଥି ମିଳନ୍ତି ଆସି ରାତ୍ର ଦିବସେ।
ଅତିଥି ମେଳରେ କଟୁଥାଇ ସଦା ଯାହାର ଦିନ
ପ୍ରକୃତରେ ସମାଜେ ଅଟଇ ସେହି ତ ଧନବାନ।
ସୁଖ ଶାନ୍ତିରେ କଟୁଥାଇ ଯାହାର ଏଠି ଜୀବନ
ଦୁଃଖ କେବେହେଲେ ନ ପଶିପାରେ ତାହାର ଭୁବନ।
ହେଲେ ଏ ମୁଢ ମାନବ ବୁଝି ପାରେନାହିଁ ତାହାକୁ
ଦୁନିଆରେ ସବୁଠୁବଡ଼ ଭାବେ ଧନ ଅର୍ଜନକୁ।
ଧନ ପଛେ ଧାଇଁ ଧାଇଁ ଜୀବନେ ଭୁଲିଯାଏ ହସ
ଶେଷେ ବିଦାୟ ନିଏ ମନେ ଧରି ଅବସୋସ।
ମିଛ ମାୟା ସଂସାରରେ ଘାରି ହୋଇ ଏହି ମଣିଷ
ସାଙ୍ଗ ସାଥି ସବୁକିଛିକୁ ମଣିଥାଏ ସେହି ବିଷ।
ଆଜିର ସମାଜର ମୁଢ ମାନବ ହୁଅ ସାବଧାନ
ବେଳଥାଉଁ ସାଙ୍ଗ ସାଥି ମେଳେ ଧର୍ମ କର ଅର୍ଜନ।