STORYMIRROR

Arundhati Jena

Abstract Inspirational Others

3  

Arundhati Jena

Abstract Inspirational Others

ଆଜି କାଲିର ସମ୍ପର୍କ

ଆଜି କାଲିର ସମ୍ପର୍କ

1 min
219


ଆଜି କାଲିର ସମ୍ପର୍କ କାହିଁକି ଏତେ ଶସ୍ତା?

ଆରମ୍ଭ ହେବା ପୂର୍ବରୁ ଶେଷ ହୁଏ ଯା ରାସ୍ତା।

ଆଜି କାଲିର ସମ୍ପର୍କ କାହିଁକି ଏତେ ଶସ୍ତା?

କାରଣ ଏଠି ସ୍ନେହ, ପ୍ରେମ, ଶ୍ରଦ୍ଧା ମୂଳଦୁଆ ନୁହେଁ,

ଆବଶ୍ୟକତାର ଗଢି ଉଠି ପୁଣି ଶେଷ ହେଇଯାଏ।

ଆବଶ୍ୟକତାର ଅନ୍ତରେ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ହୁଏ

କରିଥିବା ସମସ୍ତ ସାହାଯ୍ୟ କ୍ଷଣିକେ ଭୁଲି ପୁଣି ଯାଏ।

ପର ଏଠି ରାଜ୍ କରେ ଆଉ ନିଜ ଅସ୍ଥିତ୍ଵ ହରାଏ,

ସମ୍ପର୍କର ଅଭିନବ ରୂପ ଆଜିକାଲି ଭାରି କଷ୍ଟ ଦିଏ।

ସେଇ କୃତ୍ରିମ ସମ୍ପର୍କର ଯନ୍ତ୍ରଣାରୁ ଉପଶମ ପାଇଁ,

ଆଜି ନିସଙ୍ଗତା ସେଥିପାଇଁ ଭଲ ଯେ ଲାଗଇ।

ସେ ମୋହ ମାୟା ତୁଟେଇ ଅଛି ମୁଁ ଶାନ୍ତିରେ,

କିଛି ଫରକ୍ ପଡେନି ଯିଏ ଯାହା ବି କହିଲେ ।

ଆଜି କାଲିର ସମ୍ପର୍କ କାହିଁକି ଏତେ ଶସ୍ତା???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract