STORYMIRROR

Arundhati Jena

Inspirational Others

3  

Arundhati Jena

Inspirational Others

କୁହୁଳା ହୃଦୟ

କୁହୁଳା ହୃଦୟ

1 min
221

       

ଧୂଆଁ ଧୂଆଁ ଜଙ୍ଗଲ ର ଯେମିତି ଅବସ୍ଥା

କିଏ ଅବା ବୁଝି ପାରେ ମନ ର ସେ ବ୍ୟଥା।

ଜଙ୍ଗଲ ଜଳିଲେ ଏଠି ସଭିଏଁ ଜାଣନ୍ତି

ମନ ଗଲେ ପୋଡ଼ି ଏଠି କେହି ନ ଜାଣନ୍ତି।

ସମ୍ପର୍କ ର ମୋହ ମାୟା କରେ ବିଚଳିତ

ମନ ଏଠି ହୁଡି ବସେ ଅସରନ୍ତି ପଥ।

ମିଛ ଦୁଇ ପଦ ସେଇ ମଧୁ ବୋଳା କଥା

ପର ମୁହୂର୍ତ୍ତ ରେ କରେ ଖାଲି ମୁଣ୍ଡ ବ୍ୟଥା।

ସବୁ ଏଠି ଧୂଆଁ ଧୂଆଁ ମରୀଚିକା ସମ

କରାଏ ଖାଲି ସିଏ ସଭିଙ୍କୁ ପଥଭ୍ରମ।

ଆନ୍ତରିକତା ର ଖାଲି ମିଛ ଅଭିନୟ

ବାସ୍ତବତା ପ୍ରଦର୍ଶନ କରାଏ ସମୟ।

ଇଚ୍ଛା ହୁଏ ସତ ସବୁ ଆଗୁ ଜାଣିଥାନ୍ତା

ଏତେ କଷ୍ଟ ମନେ ତାର କେବେ ବି ନଥାନ୍ତା।

ନେଡି ଗୁଡ କହୁଣି କୁ ବହିଯିବା ପରେ

ଆତ୍ମା ର ବିଳାପ ଏଠି ମୂଲ୍ୟହୀନ ଅଟେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational