STORYMIRROR

Arundhati Jena

Inspirational

3  

Arundhati Jena

Inspirational

ଅଭିନୟ ର ସେ ଖୋଳପା

ଅଭିନୟ ର ସେ ଖୋଳପା

1 min
244

ଅଭିନୟର ସେ ଖୋଳପା ତଳୁ

  ଥରେ ବାହାରି ଆସି ଦେଖ,

ବାସ୍ତବତାକୁ ଥରେ ଆସି

  ଏଠି ଅଙ୍ଗେ ନିଭାଇ ଶିଖ।


ଅଭିନୟର ସେ ମୁହୂର୍ତ୍ତକର ଖୁସି

   ସାଉଁଟି ପାରେନା ଜୀବନେ ଶାନ୍ତି,

ବାସ୍ତବତାର ଯନ୍ତ୍ରଣାମୟ ଫର୍ଦ୍ଦରେ ବି

   ମଣିଷ କେବେ ହୁଏନା ଅଶାନ୍ତି।


ଅଭିନୟ କରୁ କରୁ ଜୀବନ ଏମିତି

  ଜିଅନ୍ତା ଶବ ପାଲଟିଯାଏ,

ହେଲେ ବାସ୍ତବତାର ଚକ୍ରବ୍ୟୂହରେ

   ମନୁଷ୍ୟର ପୁନର୍ଜନ୍ମ ହୁଏ।


ଅଭିନୟର ମାୟାଜାଲରେ ମନୁଷ୍ୟ

   ନିଜର ମାନବିକତା ହରାଏ,

ହେଲେ ବାସ୍ତବତା କେବେ ତାକୁ

   ଛୋଟ ହେବାକୁ ନ ଦିଏ।


ଥରେ କେବେ ସେ ଅଭିନୟର

   ଖୋଳପା ଭିତରୁ ବାହାରି ଦେଖ,

ଆଉ ବାସ୍ତବତାର ସ୍ଵାଦକୁ ଆସି

   ନିଜେ ଚାଖିକି କିଛି ଶିଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational