STORYMIRROR

Arundhati Jena

Others

3  

Arundhati Jena

Others

କେତେ ରଙ୍ଗ ଏଇ ଦୁନିଆଁର

କେତେ ରଙ୍ଗ ଏଇ ଦୁନିଆଁର

1 min
178

କେତେ ରଙ୍ଗ ଏଇ ଦୁନିଆଁର!!!

ଆଉ କେତେ ରଙ୍ଗ ଏଇ ସମାଜର!!!

ନାଲି, ନେଳି, ବାଇଗଣୀ , ନାରଙ୍ଗୀ

ସବୁ ରଙ୍ଗଠୁ ଖୁବ୍ ଉର୍ଦ୍ଧ୍ୱ ରେ ସେ ରଙ୍ଗ,

ତା'ର କେତେ ରୂପ ଆଉ କେତେ ଢଙ୍ଗ।

କେତେ ରଙ୍ଗ ଏଇ ସମ୍ପର୍କର!!!

କେତେ ରଙ୍ଗ ପୁଣି ଜୀବନର!!!

ଅଭିନୟର ରଙ୍ଗ ଉପରେ

ବାସ୍ତବତାର ରଙ୍ଗ ଏମିତି ଦୁର୍ବଳ,

ଯାହାକୁ ଦେଖି ପାଏ ନାହିଁ ଥଳ ଆଉ କୂଳ।

କେତେ ରଙ୍ଗ ଏଠି ମାନସିକତାର!!!

କେତେ ରଙ୍ଗ ଏଠି ବୟସର!!!!

ବୟସର ଅନ୍ତରାଳରେ

ସବୁ ଯେମିତି ଲାଗେ ଫିକା ଫିକା,

ଭଲ ହେବା ବାହାନାରେ ମିଳେ ଖାଲି ଧୋକା।

ଏଇତ ଜୀବନ ଆଉ ରଙ୍ଗରେ ଲଟପଟ,

ବିନା ରଙ୍ଗରେ ବେରଙ୍ଗ ଆଉ ବେସୁଆଦ

ଏଠି ଜୀଇଁବା ଲାଗେ ଭାରି କଷ୍ଟ।

ବଞ୍ଚିବା ପାଇଁ ଚିନ୍ତା ହଜାରେ,

ଆଉ ଜୀବନ ଏଠି ସତେ ପଡେ ନର୍କରେ।

କେତେ ରଙ୍ଗ ଏଇ ଦୁନିଆଁର!!!

ଆଉ କେତେ ରଙ୍ଗ ଏଇ ସମାଜର!!!



Rate this content
Log in