ରଙ୍ଗର ପର୍ବ ହୋଲି
ରଙ୍ଗର ପର୍ବ ହୋଲି
1 min
221
ଅନ୍ତ ହେଉ ଦୀର୍ଘ ଦିନ ର ମାନ ଅଭିମାନ,
ନାଲି ନେଳୀ କମଳା ଗୋଲାପୀ ରଙ୍ଗରେ
ରଙ୍ଗିଯାଉ ଏ ବେରଙ୍ଗ ଜୀବନ।
ପ୍ରେମ ଅବିର ର ଛିଟା ରେ
ଏ ମନ ପ୍ରାଣ ଆନ୍ଦୋଳିତ ହେଉ,
ବେରଙ୍ଗ ହେବାର ଯାତନା ସବୁ
ରଙ୍ଗରେ ଉଭେଇ ଯାଉ।
ରଙ୍ଗ ର ମହକରେ ସବୁ ପ୍ରାଣ
ସୁବାସିତ ଆଉ ରୋମାଞ୍ଚିତ ହେଉ
ଏଇ ରଙ୍ଗ ର ହୋଲି ଜୀବନ ତମାମ
ଏମିତି ଶୁଭ ରଙ୍ଗ ହେଇ ଲାଗିଥାଉ।