ଜଳୁଛି ଶେଫାଳୀ
ଜଳୁଛି ଶେଫାଳୀ
ସବୁ ଭିଜା ସ୍ମୃତି ଧସେଇ ପଶୁଛି
ଗହନ ରାତିର ଛାତିରେ,
ବିରହ ବେଦନା କରେ ଆନମନା
ଶେଫାଳୀ ଜଳୁଛି ତାତିରେ।
ନିରୀହ ଫୁଲର ପାଖୁଡ଼ା କୁ ଚୁମି
କିଏ ସେ କାମୁକ ଗଲାରେ,
ସହି ନପାରି ତା କାମୁକ ର ଜ୍ଵାଳା
ବୃନ୍ତଚ୍ୟୁତ ସିଏ ହେଲାରେ।
ଘନ ଅନ୍ଧକାର କଳା ଚାଦରରେ
ସବୁ କିଛି ଦେଲା ଲୁଚେଇ,
ବିଚାରୀ ଶେଫାଳୀ ଜାଣି ପାରିଲାନି
ଫସିଗଲା ନିଜେ ସେ ଯାଇ।
କ୍ଷୁଦ୍ର ତାର ତନୁ ଝାଉ
ଁଳି ପଡ଼ିଲା
ପାପୀ ର ସେ ଘୃଣ୍ୟ ସ୍ପର୍ଶରେ,
ଘନ ଅନ୍ଧାରରେ ମାଟି କୁ ସେ ଚୁମି
ଲୋଟିଗଲା ମାଆ କୋଳରେ।
ବାସ ବିତରିବା ବିଧି ର ନିର୍ଘଂଟ
ସେଇ ବାସ ହେଲା ତା' କାଳ,
ପରାଣ ତା ଗଲା କ୍ଷଣକରେ ପୁଣି
ନ ପାଇ ସେ ଥଳ କୂଳ।
ସବୁ ଭିଜା ସ୍ମୃତି ଧସେଇ ପଶୁଛି
ଗହନ ରାତିର ଛାତିରେ,
ବିରହ ବେଦନା କରେ ଆନମନା
ଶେଫାଳୀ ଜଳୁଛି ତାତିରେ।