STORYMIRROR

Arundhati Jena

Romance

3  

Arundhati Jena

Romance

ତୁମକୁ ମୋ ଜୀବନରେ ଛନ୍ଦି

ତୁମକୁ ମୋ ଜୀବନରେ ଛନ୍ଦି

1 min
276


ତୁମକୁ ମୋ ଜୀବନରେ ଛନ୍ଦି

   ମୁଁ ଭୁଲ୍ କରିନି କିଛି,

ତୁମ ଜୀବନ ସଙ୍ଗୀତରେ

 ରଙ୍ଗେଇହେଇ ମୁଁ ଖୁସିରେ ଅଛି।

ହଁ ଅନେକ କଷ୍ଟ ଆଉ ଯନ୍ତ୍ରଣା

   ବାରମ୍ବାର ବିଚଳିତ କରିଛି,

ହେଲେ ମୋ ପାପୁଲି ତୁମ ପାପୁଲିରେ

  ଦେଖି ସେ ଭୟରେ ଛାଡି ଯାଇଛି।

ଏଇ ତ ସମ୍ପର୍କର ମଧୁରତା ଆଉ

    ସମ୍ପର୍କର ସୁନ୍ଦର ପରିଭାଷା,

କଥା ଦେଇ କଥା ନିଭେଇବା

    ନୁହେଁ ଏତେ ସହଜ କଥା।

ହଁ କେବେ ଅନ୍ୟ ସାମ୍ନାରେ

  ତମେ ମୋ ସପକ୍ଷରେ କିଛି କହିନ,

ହେଲେ ମୋ ବିପକ୍ଷରେ ବି

   ପଦେ ହେଲେ ଶୁଣିବାକୁ ଚାହିଁନ।

ସେଥିପାଇଁ ତ ତମକୁ ମୁଁ ନିଜେ

  ଆଣି ମୋ ଜୀବନରେ ଛନ୍ଦିଛି,

ଆଉ ଆମ ପ୍ରେମର କୋଣାର୍କ

 ବିବାହର ସୁନ୍ଦର ରୂପ ନେଇସାରିଛି।

ଯେତେ ଯେତେ ସମୟର ଚକ

     ଆଗକୁ ଗଡ଼ି ଚାଲୁଛି,

ତୁମ ପ୍ରତି ମୋର ସମ୍ମାନ ଆଉ ପ୍ରେମ

    ର ପରିସୀମା ବଢ଼ି ଯାଉଛି।

ତୁମକୁ ମୋ ଜୀବନରେ ଛନ୍ଦି

   ମୁଁ ଭୁଲ୍ କରିନି କିଛି,

ତୁମ ଜୀବନ ସଙ୍ଗୀତରେ

 ରଙ୍ଗେଇହେଇ ମୁଁ ଖୁସିରେ ଅଛି।

ସେଥିପାଇଁ ତ ବିଚିତ୍ର ଲାଗେ ଏଠି

  ବିଧିର ସେ ଦିବ୍ୟ ସଂଯୋଗର ଗତି,

ସେଥିପାଇଁ ସେ ନିଆରା ଯୋଡ଼ିରେ

    ବାନ୍ଧିଛି ସ୍ମୃତି ସାଙ୍ଗେ ଅରୁନ୍ଧତୀ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance