STORYMIRROR

Arundhati Jena

Others

3  

Arundhati Jena

Others

ଅଳସୀ ପ୍ରିୟା

ଅଳସୀ ପ୍ରିୟା

1 min
240

ତାରାଙ୍କ ମେଳରେ ମୋ ପ୍ରେୟସୀ ମୁହଁଟା

                  ଜକ ଜକ ଦିଶୁଥାଏ,

ବେଳେ ବେଳେ ପୁଣି ଫୁଲେଇ ରାଣୀ ମୋ

                 କ୍ରୋଧେ ଜର୍ଜରିତ ହୁଏ।


ନାକ ଆଗରେ ତା ରାଗର ସୌଧ

                   ଗଢି ସିଏ ଖୁସି ହୁଏ,

ଜହ୍ନ ତା ଫୁଲେଇ ପଣକୁ ଦେଖି

                  ଈର୍ଷାରେ ଜଳି ଯାଏ।


ଅଳସୀ ପ୍ରିୟା ମୋ କେଶକୁ ପଖାଳି

            କେଶ କୁମାରୀ ସେ ସାଜେ,

ଘଞ୍ଚ କଳା ତାର କେଶରାଜିରେ ମୋ

            ରାତି ନିଦ କାହିଁ ହଜେ?


ମୋ ପ୍ରିୟା ପାଦରେ ରୁଣୁଝୁଣୁ ଶୁଭେ

               ପାଉଁଜିର ସେ ଝୁମୁକା,

ରଙ୍ଗ ବେରଙ୍ଗର ଚୁଡି ତା ହାତରେ

             ଦିଶେ କେଡେ ମନଲୋଭା ।


ଆମ ପ୍ରେମ ଦେଖି ଦୁନିଆଁ ଜଳୁଛି

         ଆହେ ମୋର ପ୍ରିୟତମା,

ଚାଲି ଆସ ପ୍ରିୟା ମିଶି ଜଳାଇବା

         ଗାଇ ପ୍ରେମର ମୂର୍ଚ୍ଛନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍