ନିରବ ରାସ୍ତା
ନିରବ ରାସ୍ତା
1 min
252
ନିରବ ରାସ୍ତାର ପଥିକଟିଏ ମୁଁ
ଆଗଭଳି ଚୁଲୁବୁଲି ନୁହେଁ ଜମା ଆଉ।
ଏଇ ନିରବତାର ଅନେକ କାରଣ ଅଛି
ବାସ୍ତବତା ଆଉ ଅଭିନୟର ମଝିରେ ଝୁଲିଛି।
ପଦେ କହିଦେଲେ ପୁରା ଘଟଣାର ଦୋଷୀ
ସେଥିପାଇଁ ଏଇ ଓଠ ବୋଧେ ନିରବ ରହିଛି।
କଳଙ୍କିତ ଅଧ୍ୟାୟକୁ ନ ଯୋଡ଼ିବା ପାଇଁ
ନିରବ ରାସ୍ତାର ପରା ହେଲି ମୁଁ ବାଟୋଇ।
ସଂସ୍କାରର ଅପନିନ୍ଦା ସହି ହୁଏ ନାହିଁ
ଏ ଆଖିରୁ ଲୁହ ନୁହେଁ ରକତ ଝରଇ।
ଜୀବନର ମୂଲ୍ୟ ନୁହେଁ ଆଦୌ ଏତେ ଶସ୍ତା
ସେଥିପାଇଁ ଆପଣେଇ ନେଲି ନିରବର ରାସ୍ତା।
