ସଭିଏଁ ସମାନ ସମ୍ବିଧାନର ନୀତି
ସଭିଏଁ ସମାନ ସମ୍ବିଧାନର ନୀତି
ପିନ୍ଧି ଅଛ ତୁମେ ଖଦଡର ଖୋଳ ଅବା
ରୂଦ୍ରାକ୍ଷର ମାଳ,
ବାକ ଚାତୁରୀ ଅଛି, ଅଙ୍ଗେ ତ ଗୈରିକ
ବସନର ଖୋଳ ।
ଭାବ ହୃଦୟରେ, ତୁମର ଭାବନାରେ
ପରିପୂର୍ଣ ନୀଚତା
ଶୃଙ୍ଖଳରେ ବନ୍ଧା ତୁମ ହୃଦୟ ଥାଇ ଅତୀବ
ସଂକୀର୍ଣ୍ଣତା ।
ଦୀକ୍ଷିତ ହୋଇଛ ତୁମେ ହୀନମନ୍ୟତା
ଅବିବେକିତାରେ
ବୁଣୁଛ ଭଣ୍ଡାମିର ଜାଲ ଧର୍ମ ନାମରେ
ଈଶ୍ବରଙ୍କ ନାମରେ ।
କେତେବେଳେ ଦଙ୍ଗା, କେବେ ଲଗାଅ
ପୋଲିସର ଭୟ
ଥରୁଟେ ହେଜ, ବଢି ବଢି ଚାଲେ ତ
ଅସ୍ଥିରତାର ଅଧ୍ୟାୟ ।
ବିଦ୍ୟା, ବୁଦ୍ଧି, ଜ୍ଞାନ ଅଛି ତୁମେ ଶେଷ୍ଠ
ମଣିଷ ସୃଷ୍ଟିରେ ଜାଣ
ମନେ ଅହଂକାର ରଖି ଭାବୁଛ ତୁମେ
ସଂସାରେ ବଳିୟାନ ।
ଏକତାର ସ୍ବର ସଦା ଆସଇ ସଦଭାବନା
ର ମହାମନ୍ତ୍ରରେ,
ବୁଝନି ସଦଭାବନାକୁ ହୃଦୟରେ, ବାନ୍ଧଇ
ସୁଦୃଢ ରଜ୍ଜୁରେ ।
ଅମୃତର ପୁତ୍ର କହୁଛ ତୁମେ, ତଉଲି ନିଅ
ନିଜକୁ ଅନ୍ତରରେ
ଭଲ କେତେ ଭେଲ କେତେ, ବିବେକବୋଧ
ର ତର୍ଜମାରେ ।
ଜୟ ତ କରି ପାରିନା ତୁମେ କେବେ ତୁମ
ଅନ୍ତରର ତୃଷ୍ଣା,
ଧର୍ମ ନିରପେକ୍ଷ ଭାରତେ ସବୁ ଭାଇ ବନ୍ଧୁ
ଭଳି ଚଳିବା ସିନା ।
ସମୟ ଅପେକ୍ଷା କରେନାହିଁ, ତାହା ଦିନ
ହେଉ ଅବା ରାତି
ସଭିଏଁ ସମାନ, କେହି ନୁହେଁ ବଡ଼ ସାନ,
ସମ୍ବିଧାନର ନୀତି ।
ଦଳଗତ ନିର୍ବିଶେଷରେ ସଭିଙ୍କୁ ଦେବା
ସମ୍ମାନ, ନୀତି ରୀତି
ସରବେ ସଦା ତାର ନିୟମରେ ବନ୍ଧା,
ତାହା ଶାସକର ଗତି ।