ପୃଥିବୀକୁ ରକ୍ଷା କରିବା ଆସ
ପୃଥିବୀକୁ ରକ୍ଷା କରିବା ଆସ
ନେତ୍ର ଖୋଲି ଦେଖ ଦେଖ,
ମନୋରମ ପ୍ରକୃତିକୁ ନିରେଖ,
ଏ ପୃଥିବୀରେ,
ଦିଶିବ ତୁମରି ଚକ୍ଷୁରେ,
ଜଳ ବିନ୍ଦୁଟିଏ,
ଅହରହ ଢଳ ଢଳ ହୁଏ,
ବୁନ୍ଦେ, ବୁନ୍ଦେ ପାଣି,
ମର୍ତ୍ତ୍ୟପୁରରେ ଅମୃତମୟ ପୁଣି
ବୃକ୍ଷ ଓ ଜଳ ଅମୃତ ସମାନ,
ଅବନୀର ବିଭବ ଜାଣ,
ନିସୃତ ସଲିଳର ତ ନିମ୍ନ ଗତି,
ବଣ, ଜଙ୍ଗଲ ନିୟନ୍ତ୍ରଣ କରେ ତାର ଗତି,
ବଣ, ଜଙ୍ଗଲ ଆମେ କାଟିଲେ,
ତାହା ତ କମିବାକୁ ଲାଗିଲେ,
ଧିରେ ଧିରେ ଜଳ,
କମିବାକୁ ଲାଗୁଛି ତାର ଫଳ,
ଭୂ ଗର୍ଭକୁ ଚାଲି ଯାଉଛି,
ଗ୍ରୀଷ୍ମ ପ୍ରବାହ ବଢ଼ି ଯାଉଛି ,
ସଚେତନ ନ ହେଲେ,
ଜୀବନ ଯିବ ତ ଚାଲି |
ଏ ପାର୍ଥିବ ଜୀବନରେ ଏକା,
ଜଳ ହିଁ ଜୀବନ ନାଟିକା,
ବଞ୍ଚିବାର ଦରକାରୀ ପଦାର୍ଥ ସିଏ,
ଜଳ ବିହୁନେ ଜୀବ ନାଶ ଯାଏ,
ଶୁଖି ଯାଉଛି ଜଳଉତ୍ସ,
ଜଳ ବହୁଳେ ସଂସାର ହୁଏ ଧ୍ୱଂସ,
ଅଦିନେ ନେତ୍ରେ ଦେଖ ଭୁଇଁ ଫାଟୁଛି,
ଶାସ୍ତ୍ରାର୍ଥ ତର୍କ ବିତର୍କ ଖାଲି ଚାଲିଛି,
ଦିଶୁ ନାହିଁ ଆଉ ସ୍ଵଛ୍ଛ ପ୍ରପାତ,
ବେଦନାରେ ମହାନଦୀ କାନ୍ଦେ ତ,
ବ୍ରାହ୍ମଣୀ, ବୈତରଣୀ, ଗଙ୍ଗୋତ୍ରୀ
ଦୂଷିତ ହୋଇଛି, ଦୁର୍ଗନ୍ଧ ଭର୍ତ୍ତି,
କି ହୁଏ ଏଠାରେ ଗତି
ଭାଂଗିଛି ଶୃଙ୍ଖଳା ଓ ଶାନ୍ତି |
ପ୍ରଶ୍ନ ଆସେ ଜଳର ସ୍ଥିତି,
କଅଣ ଘଟିବ ଏମିତି,
କେତେ ଦିନ ଯାଏଁ,
ସୁରକ୍ଷିତ କରିବ କିଏ,
ସଚେତନ ନ ହେଲେ କଅଣ ହେବ,
ଜୀବନ ଜଗତ ତ ଧ୍ୱଂସ ହୋଇବ,
ନର ପଶୁ ପକ୍ଷୀ କୀଟ ତରୁଲତା,
ପ୍ରାଣରେ ଭରେ ଜଳ ତ ଶୀତଳତା,
ପାଳିତ ହୁଅନ୍ତି ତାହାରି ଦ୍ୱାରା,
ମଧୁର ଜଳ କମି ଯାଉଛି ପରା,
ଦିଶୁ ନାହିଁ ଆଉ ପୋଖରୀ, ନାଳ
ସରି ସରି ଆସେ ଜୀବନ କାଳ,
ବର୍ଷା ଜଳକୁ ଏଇ ଜଗତର,
ସଂରକ୍ଷଣ କରି ରଖିବା ଦରକାର |
ପ୍ରକୃତିର ମନେ ଆକ୍ରୋଶ,
ଆସଇ ତ ବିକୃତ ରୋଷ,
ପୃଥିବୀ ଅନଳରେ ଆବୃତ,
ଦେଖା ଦିଏ କ୍ଷୀପ୍ର ପ୍ରଳୟ ତ,
ନାହିଁ ଏଠି ଲେଶ ମାତ୍ର,
ଚିନ୍ତା ଦୁଃଖ ଶୋକ ମଣିଷର,
ମାଟି ମା ଓ ବୃକ୍ଷକୁ କେଉଁଠାରେ,
ଦେଖୁଛ ପ୍ରେମ କି କେଉଁଠାରେ,
ମଣିଷେ ଜ୍ଞାନାଲୋକ କାହିଁ,
ଜଳକୁ ରକ୍ଷା କରିବା ପାଇଁ |
ହେଁ ମନୁଷ୍ୟ ଯେତେ ଏବେଠୁ,
ଠିଆ ହୁଅ ଅଣ୍ଟା ଭିଡି ଆଜିଠୁ,
ପରିବେଶର ସମୃଦ୍ଧି ପାଇଁ,
ଜଳକୁ ନଷ୍ଟ କରିବା ନାହିଁ,
ମିଳିମିଶି ଜଂଗଲ ସୁରକ୍ଷା ମନ୍ତ୍ର ଶ୍ଳୋକ,
ତନ୍ମୟରେ ବୋଲିବା ଭୁଲି ଶୋଷ ଭୋକ,
ସମସ୍ତଙ୍କୁ ଦେବା ଶିକ୍ଷା,
ପୃଥିବୀକୁ ଆମେ କରିବା ରକ୍ଷା,
ଏହା ହିଁ ମୂଳମନ୍ତ୍ର ଜାଣ,
ଏହାହିଁ ତ ପ୍ରକୃତ ଜ୍ଞାନ |