STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମାଟିର ସ୍ମୃତି

ମାଟିର ସ୍ମୃତି

1 min
120

ସେ ଆକାଶ ଛାତିରେ ଫୁଟିପାରେ 

ମାଳ ମାଳ ସ୍ୱପ୍ନର ନୀଳପଦ୍ମ ସତ

କିନ୍ତୁ ମାଟିର ସେ ମିଠା ପଣ ତା ପାଖରେ କାହିଁ !

ହୋଇପାରେ ଲାଗେ ସେଠି ମେଘର ଆସର

କିନ୍ତୁ ତା ବତୁରା ଯନ୍ତ୍ରଣାର ଆତ୍ମତୃପ୍ତି କାହିଁ !

ସେଇ ମେଘ ଟିକକ ପାଇଁ ତ ଅହଙ୍କାରେ ଗର୍ଜିଉଠି 

ସେ ବାରମ୍ବାର ମାଟି ସହ କରିଛି ଛଳନା

କିନ୍ତୁ ସେ ଉଧାରିଆ ମୌସୁମୀ ବି ମାଟିର ହିଁ ଦାନ

ତାହା ବୋଧେ ତାକୁ କେବେ ବୁଝା ପଡ଼େ ନାହିଁ। 


ଆଉ ସେଇ ଯେଉଁ ଇନ୍ଦ୍ରଧନୁର ଏତେ ଖ୍ୟାତି ତାର

କୁହ ତ ସେ ଧନୁ କେବେ ଛୁଇଁ ବା ଦେଖିଛି !

ଏକ ଭ୍ରମାତ୍ମକ ସ୍ଵପ୍ନ ଛଡ଼ା ଆଉ କିଛି ନୁହେଁ

ଯାହା କ୍ଷଣିଏ ଆୟୁଷ ନେଇ ବାରବାର ମରିଛି। 


ମାଟିର ସେ ସ୍ମୃତି ଯେବେ ବାଷ୍ପ ହୁଏ ଜୀବନ ବକ୍ଷରୁ

ଆକାଶର ଅଗ୍ନି ଡେଣା ଜଳିଯାଏ ଅଧା ଆୟୁଷରୁ

ଝୁରି ହୁଏ ପ୍ରାଣ ଟିକେ ଆଶ୍ରା ପାଇଁ ପାଦ ଥାପିବାକୁ

ସେ କାଳେ ଜୀବନ ଲାଗେ ସତେ ଏକ ବଜ୍ର ଦଗ୍ଧ ତରୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract