STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମନ ଆଇନା

ମନ ଆଇନା

1 min
173

ମନଟିଏ ଭାଙ୍ଗିଯାଏ ଯେବେ

ନିୟତିର ଅଙ୍କା ବଙ୍କା ଅମଡ଼ା ବାଟରେ,

ଫୁଟି ଉଠେ ଚେହେରା ଅନେକ 

ଅଜାଣତେ କେତେ ପୁଣି ନିଜର ଭିତରେ।


ପରସ୍ଥିତି ଚିହ୍ନାଇ ଦିଏ 

ମୁଖା ତଳେ ଲୁଚିଥିବା ବହୁ ପରିଚୟ,

ବାଟବଣା ହୋଇ ପାଦ ଦୁଇ

ବାଧ୍ୟ ହୋଇ ବରି ନ୍ୟନ୍ତି ଧୀର ପରାଜୟ।


ଭଙ୍ଗା ଆଇନାରେ ଦିଶିଯାଏ

ଅଧାଚିହ୍ନା ଓ ଅତି ଚିହ୍ନା ଅନେକ ଚେହେରା,

ନିଜକୁ ବି ଅଚିହ୍ନା ଲାଗେ 

ହଜାଇ ଆସିଥିବା ନିଜର ଏ ରୂପର ପସରା।


ଏତେ ସବୁ ଚେହେରା ଭିଡ଼ରେ 

ତଥାପି ମୁଁ ଏକା ଏକା ଜିଉଁଥାଏ ଆଗ ଭଳି,

ଆଗରୁ ମୁଁ ଏକା ଜଳୁଥିଲି 

ଆଜି ଏ ଭିଡ଼ରେ ସଭିଙ୍କର ଅଗୋଚରେ ଯାଏ ଜଳି।


ଅନ୍ତର ଆଇନା ଭୁଲି 

ଧନ୍ଦି ହେଲେ ମୁଖ ଦେଖା କାଚ ଦର୍ପଣରେ,

ସାର ହେବ ଛଳନାରେ ଭ୍ରମି 

ଦ୍ୱନ୍ଦରେ ବୁଡ଼ିବ ଏହି ଜୀବନର ତରଣି ଅଚିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract